୭୦ ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ 

Sep 2, 2023 - 13:21
 0  9
୭୦ ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ 

ଭୁବନେଶ୍ୱର : ଓଡିଶା ରାଜ୍ୟ ଅଭିଲେଖାଗାରରେ ୭୦ ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ , ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ଗବେଷକ ତଥା କୁଳପତି ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର I 

ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ I ଅନ୍ୟତମ ସମ୍ମାନନୀୟା ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଅତସୀ ସାହୁ I  ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ରାଜ୍ୟ ଅଭିଲେଖାଗାରର ଅଧିକ୍ଷକ ଡ. ଶେଖ ସଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ କେଦାରନାଥ ପାଢ଼ୀ I 

ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କହିଥିଲେ ``ସଂସ୍କୃତି ଗୋଟିଏ ନିର୍ଦିଷ୍ଟ ଜାତିର ଜୀବନଧାରା I ଜୀବନ ପ୍ରବାହରେ ଏହା ପ୍ରତିଫଳିତ ହୁଏ ଏବଂ ତାହାର ମୂଲ୍ୟବୋଧ, ବିଶ୍ୱାସ, ଆଚାର ବ୍ୟବହାର, ଚଳଣି, ରୀତିନୀତି ମାଧ୍ୟମରେ ଦୃଷ୍ଟିମାନ ହୁଏ I ଗୋଟିଏ ଜାତିର କଳା, ସାହିତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ, ମାନବୀୟ ଗୁଣ, ବ୍ୟବହାର ତାହାରି ସଂସ୍କୃତିର ପରିଚୟ I 

``ସମ୍ପ୍ରତି ଆମେ ନିଜର ସଂସ୍କୃତି ଭୁଲି ବିଦେଶୀ ବିଚାରଧାରା ପଛରେ ଧାବମାନ, ଏହି ହେତୁରୁ ଆମର ବହୁତ କ୍ଷତି ମଧ୍ୟ ହେଉଛି I ଆମେ ଆମର ପରମ୍ପରା ଏବଂ ମୂଲ୍ୟବୋଧ ଭୁଲି ଯାଉଛୁ ଏବଂ ଏହାଦ୍ୱାରା କେବଳ ଆମେ ନୁହଁ, ଆମର ଉତ୍ତର ପିଢ଼ି ମଧ୍ୟ ବହୁତ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି ତେଣୁ ଆମେ ସେଥିପ୍ରତି ସଚେତନ ହେବା ସହ ଆମର ଉତ୍ତର ପିଢ଼ି କେମିତି ସଂସ୍କୃତି ପ୍ରତି ମନ ନିବେଶ କରିବେ, ଆମେ ଚେଷ୍ଟା କରିବା ଆବଶ୍ୟକ'' I  

ସମ୍ମାନନୀୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଥିଲେ ``ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ମଣିଷ ଜୀବନକୁ ସରସ ସୁନ୍ଦର କରିଥାଏ I ସମ୍ପ୍ରତି ଶିକ୍ଷା ଯେପରି ମୂଲ୍ୟବୋଧ ଏବଂ ସଂସ୍କୃତି ସମ୍ପନ୍ନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାର ସମୟ ଆସିଛି I ''

ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା I  

What's Your Reaction?

like

dislike

love

funny

angry

sad

wow