ସରକାରୀ କ୍ବାଟର୍ସରୁ ତାରିଣୀ ମନ୍ଦିର ଭାଙ୍ଗିଲା, ବିରୋଧ ସତ୍ତ୍ବେ ୪୦୦ ସ୍କେୟାରଫୁଟର ଜମି ଜବରଦଖଲ ମୁକ୍ତ

Aug 30, 2023 - 13:09
 0  8
ସରକାରୀ କ୍ବାଟର୍ସରୁ ତାରିଣୀ ମନ୍ଦିର ଭାଙ୍ଗିଲା, ବିରୋଧ ସତ୍ତ୍ବେ ୪୦୦ ସ୍କେୟାରଫୁଟର ଜମି ଜବରଦଖଲ ମୁକ୍ତ
ସରକାରୀ କ୍ବାଟର୍ସରୁ ତାରିଣୀ ମନ୍ଦିର ଭାଙ୍ଗିଲା, ବିରୋଧ ସତ୍ତ୍ବେ ୪୦୦ ସ୍କେୟାରଫୁଟର ଜମି ଜବରଦଖଲ ମୁକ୍ତ

ଭୁବନେଶ୍ବର, ଅଗଷ୍ଟ ୩୦: ସରକାରୀ କ୍ବାର୍ଟରରେ ଗଢ଼ି ଉଠିଥÒବା ତାରିଣୀ ମନ୍ଦିରକୁ ମଙ୍ଗଳବାର ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଛିI ୟୁନିଟ-୩ ସ୍ଥିତ ଟାଇପ-୨ କ୍ବାର୍ଟର ନମ୍ବର-୪/୧ରେ ଏହି ମନ୍ଦିର ନିର୍ମାଣ କରାଯାଇଥÒଲା I ସେହି ମନ୍ଦିରକୁ ଭାଙ୍ଗିବାକୁ ସାଧାରଣ ପ୍ରଶାସନ (ଜିଏ) ବିଡିଏକୁ ଚିଠି ଲେଖÒଥÒଲାI ବିଡିଏ ଏନଫୋର୍ସମେଣ୍ଟ ଟିମ ମଙ୍ଗଳବାର ଉକ୍ତ ଜବରଦଖଲକୁ ବିଡିଏ ମାଟିରେ ମିଶାଇଛି I 

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିଡିଏ ଟିମ୍ ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚÒ ଉଚ୍ଛେଦ କରିଥÒଲା I ମଙ୍ଗଳବାର ଆରମ୍ଭରୁ ଉଚ୍ଛେଦପକାରୀ ଦଳକୁ ଜବରଦଖଲକାରୀ ପ୍ରବଳ ବିରୋଧ କରିଥÒଲେ I କିଛି ବୁଦ୍ଧିଜୀବୀ ମଧ୍ୟ ସମ୍ପୃକ୍ତ ଜବରଦଖଲକାରୀଙ୍କ ସପକ୍ଷରେ ମତ ଦେଇଥÒଲେ I ହେଲେ ବିଡିଏ ଉଚ୍ଛେଦକାରୀ ଦଳ କିଛି ନଶୁଣି ସରକାରୀ କ୍ବାଟର୍ସ ଭିତରେ ଥÒବା ୪୦୦ ସ୍କେୟାର ଫୁଟର ଜବରଦଖଲକୁ ଉଚ୍ଛେଦ କରିଥÒଲା I

ଉଚ୍ଛେଦରେ ବିଡିଏ ଓ ବିଏମସିର ଗୋଟିଏ ଲେଖାଏଁ ଜେସିବି ବ୍ୟବହୃତ ହୋଇଥÒବାବେଳେ ମନ୍ଦିରର ମୁଖଶାଳା ଓ ଏକ ଛାତଘର ଭଙ୍ଗାଯାଇଛି I ଉଚ୍ଛେଦରେ ବିଡିଏ ଏନଫୋର୍ସମେଣ୍ଟ ଓଏସଡି ଦେବରାଜ ସେଠୀ, ଲିଆସନ୍ ଅଧÒକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏ ବିଭାଗ ସହାୟକ ନିର୍ଦ୍ଦେଶକ ଅମୀୟ କୁମାର ଦାଶ, ଜିଏ ବିଭାଗ ରେଣ୍ଟ ଷ୍ଟାଫ୍ ଜାକସନ୍‌ କିଶାନ, ଖାରବେଳ ନଗର ଏଏସଆଇ ରଶ୍ମିରଞ୍ଜନ ସାହୁ, ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ ନମ୍ବର ୨୨, ୨୪ ଓ ୨୫ ସହ ବିଏମସି ଦକ୍ଷିଣ ପୂର୍ବ ଜେନ୍‌ ସ୍କ୍ବାର୍ଡ ଏବଂ ଗୋଟିଏ ସେକ୍ସନ୍‌ ଲେଖାଏଁ ପୁରୁଷ ଓ ମହିଳା ପୋଲିସ୍‌  ଅଧିକାରୀ ଉପସ୍ଥିତ ଥିଲେ I

What's Your Reaction?

like

dislike

love

funny

angry

sad

wow