ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

Odisha Civil Service Prelims Exam on October 15th

Aug 30, 2023 - 15:38
 0  3
ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପାଇଁ ମଙ୍ଗଳବାର ପ୍ରିଲିମ ପରୀକ୍ଷା-୨୦୨୨ର ତାରିଖ ଘୋଷଣା କରାଯାଇଛି। ଓସିଏସ୍‌ ପରୀକ୍ଷା ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଅକ୍ଟୋବର ୧୫ ତାରିଖ (ରବିବାର)ରେ ଓସିଏସ୍‌ ପ୍ରିଲିମ ପରୀକ୍ଷା ହେବ। ପରୀକ୍ଷା ସମ୍ପର୍କିତ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ।  ଅଧିକ ସୂଚନା ପାଇଁ ଆୟୋଗର ୱେବସାଇଟ୍  ଗତବର୍ଷ ଡିସେମ୍ବର ମାସରେ ୨୨୭ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୬୮୩ ପଦବି ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅକ୍ଟୋବର ୧୫ରେ ହେବାକୁ ଥିବା ଓସିଏସ୍‌ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ହଜାର ହଜାର ପ୍ରାର୍ଥୀ ପରୀକ୍ଷା ଦେବେ। ଯେଉଁମାନେ ପ୍ରିଲିମ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ପରବର୍ତ୍ତୀ ସମୟରେ ମୁଖ୍ୟ ପରୀକ୍ଷାରେ ସେମାନେ ସାମିଲ ହେବେ। ସୂଚନାଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ମୋଟ୍‌ ୧୬୪ ଜଣ ଝିଅଙ୍କ ସହିତ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ।opsc.gov.in କୁ ଯିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.