ରାକ୍ଷୀ ପୂର୍ଣ୍ଣିମା କେବେ ପାଳିବେ? ମୁକ୍ତି ମଣ୍ଡପର ଉପଦେଶ ଜାଣନ୍ତୁ

Aug 30, 2023 - 05:35
 0  51
ରାକ୍ଷୀ ପୂର୍ଣ୍ଣିମା କେବେ ପାଳିବେ? ମୁକ୍ତି ମଣ୍ଡପର ଉପଦେଶ ଜାଣନ୍ତୁ

ଭୁବନେଶ୍ୱର: ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା। ହେଲେ ଏହି ବର୍ଷ ଏହାର ପାଳନ ନେଇ ଅନେକ ଦ୍ଵନ୍ଦ (ସମୟ ଅଥବା ତିଥି ସଂକ୍ରାନ୍ତରେ)। ତେବେ ଆସନ୍ତୁ ଜାଣିବା ମୁକ୍ତି ମଣ୍ଡପର ବିଜ୍ଞ ପଣ୍ଡିତ ମାନଙ୍କର ମତ କଣ? 

ଜ୍ୟୋତିର୍ବିତଙ୍କ କହିବା ଅନୁସାରେ , ପାଞ୍ଜି ସମ୍ମତରେ ଏହି ଉତ୍ସବ ପାଳନ କରାଯିବ। ପାଞ୍ଜି ଅନୁସାରେ ରାକ୍ଷୀ ବା ଗହ୍ମାପୂର୍ଣ୍ଣିମା ୩0 ତାରିଖ ବୁଧବାର ସକାଳ ୧୦ଟା ୫୯ରୁ , ଅଗଷ୍ଟ ୩୧ ତାରିଖ , ଗୁରୁବାର , ସକାଳ ୭ଟା ୫ ମିନିଟ ଯାଏଁ ରହିଛି । ଏହି ଶୁଭ ବେଳା ମଧ୍ୟରେ ରାକ୍ଷୀ ବନ୍ଧନ ହୋଇପାରିବ । ଏନେଇ କିଛି ଦ୍ୱନ୍ଦ୍ୱ ନାହିଁ ବୋଲି ଜ୍ୟୋତିର୍ବିତ ମତ ଦେଇଛନ୍ତି । ପାଞ୍ଜିରେ ମଧ୍ୟ ଏହି ସମୟ ଉଲ୍ଲେଖ ରହିଛି।

ବୈଜ୍ଞାନିକ ଦୃଷ୍ଟିରେ ଏହା ଅଲଗା ହୋଇପାରେ, ହେଲେ ଆମର ପର୍ବ ପର୍ବାଣୀ ଆମର ଆଧ୍ୟାତ୍ମିକ ଭାବନା ସହ ଜଡ଼ିତ ଥିବାରୁ ଆମେ ମୁକ୍ତି ମଣ୍ଡପର ପରାମର୍ଶ କୁ ଧ୍ୟାନରେ ରଖିଲେ ଏହା ଆମପାଇଁ ହିତକର ବୋଲି ପଣ୍ଡିତ ମାନେ ମତ ଦେଇଛନ୍ତି। 

What's Your Reaction?

like

dislike

love

funny

angry

sad

wow