ଆଠ ଜଣ ସମବାୟ ସମିତି ଉପନିବନ୍ଧଂକ ପଦୋନ୍ନତି, ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି

Aug 29, 2023 - 23:34
 0  7
ଆଠ ଜଣ ସମବାୟ ସମିତି ଉପନିବନ୍ଧଂକ ପଦୋନ୍ନତି, ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର, ଅଗଷ୍ଟ ୨୯ : ସମବାୟ ବିଭାଗ ଅଧିନରେ କାର୍ଯ୍ୟରତ ୮ ଜଣ ଉପନିବନ୍ଧକ (ଡିଆର୍ସିଏସ୍ )ଙ୍କୁ ଯୁଗ୍ମନିବନ୍ଧକ ସମବାୟ ସମିତି (ଜେଆର୍ସିଏସ୍ ) ଭାବେ ପଦୋନ୍ନତି ଦିଆଯାଇଛି।

ପଦୋନ୍ନତି ପାଇଥିବା ଉପନିବନ୍ଧକ ମାନେ ହେଉଛନ୍ତି ସମବାୟ ବିଭାଗରେ ଉପସଚିବ ଭାବେ କାର୍ଯ୍ୟରତ ସଂଗ୍ରାମ କେଶରୀ ରାଉତ , ରାୟଗଡା ଡିଭିଜନରେ କାର୍ଯ୍ୟରତ ମନ୍ମଥ କୁମାର ଦାସ , କଳାହାଣ୍ଡି ଡିଭିଜନରେ ପ୍ରମୋଦ କୁମାର ସାହୁ , ସମ୍ବଲପୁର ଡିଭିଜରେ ଲିଙ୍ଗରାଜ ନାୟକ , କଟକ ଡିଭିଜରେ ଲକ୍ଷ୍ମୀଧର ସୁବୁଦ୍ଧି , ଗଞ୍ଜାମ ଡିଭିଜରେ ବିଶ୍ୱରଞ୍ଜନ ଦାଶ , ବରଗଡ ଡିଭିଜନରେ ତୃପ୍ତିକଲ୍ୟାଣ ସେଠୀ ଏବଂ ବଲାଙ୍ଗିର ଡିଭିଜରେ ଦମୟନ୍ତୀ ସିଂହ।

ସଂଗ୍ରାମ କେଶରୀ ରାଉତଙ୍କୁ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳ ଲକ୍ଷ୍ମୀଧର ସୁବୁଦ୍ଧିଙ୍କୁ ସମବାୟ ନିବନ୍ଧକଙ୍କ କାର୍ୟ୍ୟା ଳରେ ଅବସ୍ଥାପିତ କରାଯାଇଛି ଏବଂ ଅନ୍ୟ ୬ ଜଣଙ୍କୁ ସେମାନଙ୍କ ନିଜ ନିଜ ସ୍ଥାନରେ ପୂର୍ବ ଭଳି କାର୍ଯ୍ୟ କରିବାକୁ କୁହାଯାଇଛି।

ଏ ନେଇ ସମବାୟ ବିଭାଗ ତରଫରୁ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଆରଏସ ଶିବପ୍ରସାଦ ସ୍ବାଇଁଙ୍କୁ କଟକ ଡିଭିଜନକୁ ବଦଳି କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡିଶା ସରକାର ଏକ “ନୂତନ ଓଡିଶା, ସଶକ୍ତ ଓଡିଶା” ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବା ବେଳ ସମବାୟ କ୍ଷେତ୍ରରେ ମଧ୍ୟ ଓଡିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି।

ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟିକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ସମବାୟ ବିଭାଗକୁ ଆହୁରି ଅଧିକ ଗିତିଶିଳ ଓ କ୍ରିୟାଶୀଳ କରିବାର ପ୍ରୟାସରେ ବିଭାଗର ପଦାଧିକାରୀ ତଥା କର୍ମଚାରୀ ମାନଙ୍କର ଦକ୍ଷତା ବୃଦ୍ଧି ଦିଗରେ ବ୍ୟାପକ ପଦକ୍ଷେପ ମାନ ନିଆଯାଉଛି।

ସେଥିରେ ଠିକଣା ସମୟରେ ବିଭାଗର କର୍ମଚାରୀ ମାନଙ୍କ ପଦୋନ୍ନତି ଓ ସେମାନଙ୍କ ସମସ୍ୟା ଆଦି ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow