ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି ପାଇବେ ଉଜ୍ୱଳା ହିତାଧିକାରୀ

Ujjwala beneficiaries will get Rs 200 subsidy on LPG gas cylinders

Aug 29, 2023 - 17:05
 0  4
ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି ପାଇବେ ଉଜ୍ୱଳା ହିତାଧିକାରୀ

ମହଙ୍ଗା ମାଡରେ ଘାରି ହେଉଥିବା ଜନତାଙ୍କୁ ଆଶ୍ୱସ୍ତି । ଆଗକୁ ନିର୍ବାଚନ ଥିବାରୁ ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିଲା । ଅଗଷ୍ଟ ମାସରେ ରାଜଧାନୀ ଦିଲ୍ଲୀରେ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୧ଶହ ୩ ଟଙ୍କା ଥିଲା । ଏବେ ୨୦୦ ଟଙ୍କା ସବସିଡି ଦ୍ୱାରା ଗ୍ୟାସ ଦର କମିବ । ଯାହା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । ତେବେ ଏହାର ଫାଇଦା କେବଳ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ମିଳିବ । ଦେଶରେ ୧୦ କୋଟିରୁ ଅଧିକ ହିତାଧିକାରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପାଉଛନ୍ତି । ସେଥିମଧ୍ୟରୁ କେବଳ ଓଡ଼ିଶାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.