ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପାଣି 

Jul 20, 2023 - 08:15
Jul 21, 2023 - 08:15
 0  6
ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପାଣି 
ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପାଣି 

ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପାଣି 
ଉପର ମୁଣ୍ଡରେ ଲଗାତର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦରୁ ଜୁଲାଇ ୨୩ରେ ପ୍ରଥମ ଥର ପାଇଁ ବନ୍ୟାଜଳ ଛଡାଯିବ । ସକାଳ ୯ଟା ବେଳେ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବୁର୍ଲାସ୍ଥିତ ‘ହୀରାକୁଦ ହେଡ ୱାର୍କ୍ସ ଏବଂ ଅତିରିକ୍ତ ସ୍ପିଲୱେ’ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯିବା ଦ୍ୱାରା ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ଜଳସ୍ତର ବଢିବ । ତେଣୁ ଜନସାଧାରଣଙ୍କୁ ନଦୀ ମଧ୍ୟକୁ ପ୍ରବେଶ ନକରିବା ପାଇଁ ସତର୍କ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow