ଅବ୍ୟବହୃତ ହୋଇ ପଡିରହିଛି ଏମ୍ସ ଧର୍ମଶାଳା 

Jun 10, 2023 - 02:27
Jun 11, 2023 - 02:27
 0  653
ଅବ୍ୟବହୃତ ହୋଇ ପଡିରହିଛି ଏମ୍ସ ଧର୍ମଶାଳା 
ଅବ୍ୟବହୃତ ହୋଇ ପଡିରହିଛି ଏମ୍ସ ଧର୍ମଶାଳା 

ଅବ୍ୟବହୃତ ହୋଇ ପଡିରହିଛି ଏମ୍ସ ଧର୍ମଶାଳା 
ଏମ୍ସ, ଭୁବନେଶ୍ୱରକୁ ଚିକିତ୍ସା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ନାଲକୋ ଅନୁଦାନରେ ଏମ୍ସ ପରିସରରେ ଧର୍ମଶାଳା ନିର୍ମାଣ ହୋଇଛି । ଦୀର୍ଘ ବର୍ଷ ହେଲା ଧର୍ମଶାଳା ନିର୍ମାଣ କାର୍ଯ୍ୟ ସରିବା ସହ ଆସବାବପତ୍ର, ବିଦ୍ୟୁତ୍‍ ଓ ପାଣି ବ୍ୟବସ୍ଥା ମଧ୍ୟ ହୋଇଛି । ୨୦୨୦ରେ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଗୀତାଞ୍ଜଳି ବିଙ୍କ କାର୍ଯ୍ୟକାଳ ସମୟରେ ୨୭କୋଟି ଟଙ୍କା‌‌ରେ ନିର୍ମିତ ହୋଇଥିବା ଏହି ଧର୍ମଶାଳା କିପରି ପରିଚାଳିତ ହେବ, କେଉଁ ପ୍ରକାର ରୋଗୀ ରହିବେ, ସେଥିପାଇଁ ମଧ୍ୟ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଉଦଘାଟନ ହୋଇ ପାରୁନଥିବାରୁ କାମରେ ଲାଗି ପାରୁନାହିଁ ଏହି ଧର୍ମଶାଳା । ଏମ୍ସକୁ ଚିକିତ୍ସିତ ହେବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଦିନ ଦିନ ଧରି ରାସ୍ତାକଡରେ ପଡି ରହୁଛନ୍ତି । ନିକଟରେ ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ଶବ ଏମ୍‍ସ ଶବାଗାର ନିକଟରେ କିଛି କଣ୍ଟେନରରେ ରଖାଯାଇଛି । ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ସମ୍ପର୍କୀୟ ଓ ଶବ ଚିହ୍ନଟ କରିବାକୁ ଆସିଥିବା ଶହ ଶହ ସମ୍ପର୍କୀୟ ଏମ୍ସରେ ଭିଡ ଜମାଇଛନ୍ତି । ସେମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଶୋକାକୂଳ ପରିବେଶରେ ସେମାନେ ରାସ୍ତାକଡରେ ଦିନ ରାତି ବିତାଉଛନ୍ତି ।

What's Your Reaction?

like

dislike

love

funny

angry

sad

wow