ଅପରିବର୍ତ୍ତିତ ରହିଲା ରେପୋ ରେଟ

Aug 10, 2023 - 07:31
Aug 11, 2023 - 07:31
 0  6
ଅପରିବର୍ତ୍ତିତ ରହିଲା ରେପୋ ରେଟ
ଅପରିବର୍ତ୍ତିତ ରହିଲା ରେପୋ ରେଟ

ଅପରିବର୍ତ୍ତିତ ରହିଲା ରେପୋ ରେଟ
ଲଗାତର ତୃତୀୟ ଥର ପାଇଁ ଭ‌ାରତୀୟ ରିଜର୍ଭ ବ୍ୟାଙ୍କ୍‌ ‘ରେପୋ’ ରେଟ୍‌   ୬.୫%ରେ ଅପରିବର୍ତ୍ତିତ ରଖିଛି । ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି, ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିବା ପାଇଁ ୬ ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ ପ୍ରାସଙ୍ଗିକତା ଉପରେ ସବିଶେଷ ବିବେଚନା କରାଯିବା ପରେ ‘ରେପୋ ରେଟ୍‌’ ୬.୫୦%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମିନିଟାରି ପଲିସି କମିଟି’ ସର୍ବସମ୍ମତ ହୋଇ ନିଷ୍ପତ୍ତି ନେଇଛି । ମୁଦ୍ରସ୍ଫୀତିକୁ ଅଭିବୃଦ୍ଧିର ନିର୍ଦ୍ଧାରିତ ଲକ୍ଷ୍ୟ ସହ ସମାନ୍ତରଳ କରିବା ପାଇଁ ‘ମନିଟାରି ପଲିସି’ର ୬ ସଦସ୍ୟଙ୍କ ମଧ୍ୟରୁ ୫ଜଣ ‘ରେପ‌ୋ ରେଟ୍‌’ ଅପରିବର୍ତ୍ତିତ ରଖାଯିବା ସପକ୍ଷରେ ମତ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow