ସାପ ଧରିବା ପାଇଁ ଜା‌ରି ହେଲା ଗାଇଡଲାଇନ୍

Aug 10, 2023 - 07:29
Aug 11, 2023 - 07:30
 0  6
ସାପ ଧରିବା ପାଇଁ ଜା‌ରି ହେଲା ଗାଇଡଲାଇନ୍
ସାପ ଧରିବା ପାଇଁ ଜା‌ରି ହେଲା ଗାଇଡଲାଇନ୍

ସାପ ଧରିବା ପାଇଁ ଜା‌ରି ହେଲା ଗାଇଡଲାଇନ୍
ସାପ ଉଦ୍ଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ବିଭାଗ ପକ୍ଷରୁ କୁହାଯାଇଛି ଏବେ କେବଳ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ହିଁ ସାପ ଧରିବେ । ‌ଏହି ନିୟମ ନମାନିଲେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁଠି ଲୋକଙ୍କ ଜୀବନକୁ ସାପର ଭୟ ଥିବ ଯଥା ଘରେ ଭିତରେ ବା ଜନଗହଳି ସ୍ଥାନରେ ସାପ ଦେଖାଗଲେ ତାକୁ ଉଦ୍ଧାର କରାଯିବ । ସାପ ଧରାଳୀମାନେ ଲୋକଙ୍କ ମଧ୍ୟରେ ପରିବେଶରେ ସାପର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । କେହି ସାପ ଧରି ଷ୍ଟଣ୍ଟ ଦେଖାଇବେ ନାହିଁ । ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାପ ଦେଖାଗଲେ ଲୋକେ ପ୍ରଥମେ ସାପ ଧରାଳୀଙ୍କୁ ଫୋନ୍‌ କରିବା ସହ ସାପର ଗୋଟିଏ ଫଟୋ ଉଠାଇ ପଠାଇବେ । ସାପ ଧରାଳୀ ଘଟଣାସ୍ଥଳରେ ପହଞ୍ଚିବା ସମୟ ଜଣାଇବେ । ସେହିପରି କାହାକୁ ସାପ କାମୁଡ଼ି ଥିଲେ ସାପ ଧରାଳୀ ଆଶୁ ଚିକିତ୍ସା ଯୋଗାଇବା ସହ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିବେ । ଉଦ୍ଧାର ସାପକୁ ତୁରନ୍ତ ଜଙ୍ଗଲରେ ଛାଡ଼ିବେ । ସାପ ଆହତ ହୋଇଥିବା ସ୍ଥଳେ ତା’ର ଚିକିତ୍ସା କରି ଛାଡ଼ିବେ, ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନରେ ଛାଡ଼ିବେନି, ସ୍ଥାନୀୟ ବନ ବିଭାଗ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ସାପ କାମୁଡ଼ା ଏବଂ କାମୁଡ଼ା ଜନିତ ମୃତ୍ୟୁର ମାସିକ ରିପୋର୍ଟ ପ୍ରସ୍ତୁତ କରିବେ । ସାପ ଧରାଳୀଙ୍କ ପାଇଁ ବୀମା କରାଯିବ । ସ୍ୱୀକୃତିପ୍ରାପ୍ତ ସାପ ଧରାଳୀ ହେବା ପାଇଁ ଆବେଦନ କରିବାକୁ ଆହ୍ୱାନ କରାଯାଇଛି । ୬୫ବର୍ଷରୁ କମ୍‌ ବୟସର ଲୋକ ସ୍ୱୀକୃତିପ୍ରାପ୍ତ ସାପ ଧରାଳୀ ପାଇଁ ଆବେଦନ କରିପାରିବେ । ଏସିଏଫ୍‌ଙ୍କ ଦ୍ୱାରା ଗଠିତ କମିଟି ଆବେଦନପତ୍ର ଗ୍ରହଣ କରି ତାଲିକା ଚୂଡ଼ାନ୍ତ କରିବେ । ସେହିପରି ସ୍ୱୀକୃତିପ୍ରାପ୍ତ ସାପ ଧରାଳୀଙ୍କ ପାଖରେ ପିଭିସି ପାଇପ୍ ଏବଂ ବ୍ୟାଗ୍, ଫାଷ୍ଟ ଏଡ୍‌ କିଟ୍, ଟର୍ଚ୍ଚ/ହେଡ୍‌ ଲ୍ୟାମ୍ପ, ସାପ କାମୁଡ଼ା ବ୍ୟାଣ୍ଡେଜ, ସାପ ଧରା ହୁକ୍, ଫ୍ରେମ୍ ଲାଗିଥିବା କପଡ଼ା ବ୍ୟାଗ୍, ସାପ ଧରା ବ୍ୟାଗ୍, ନିଜକୁ ସୁରକ୍ଷିତ ରଖିବା ଭଳି ସାମଗ୍ରୀ ରଖିବାକୁ କୁହାଯାଇଛି ।

What's Your Reaction?

like

dislike

love

funny

angry

sad

wow