ଚୋରାଚାଲାଣ ହୋଇଥିବା ୧୦୫ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

Jul 18, 2023 - 07:57
Jul 21, 2023 - 07:57
 0  7
ଚୋରାଚାଲାଣ ହୋଇଥିବା ୧୦୫ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା
ଚୋରାଚାଲାଣ ହୋଇଥିବା ୧୦୫ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

ଚୋରାଚାଲାଣ ହୋଇଥିବା ୧୦୫ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଏକ ସପ୍ତାହ ପରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତରୁ ଚୋରାଚାଲାଣ ହୋଇଥିବା ୧୦୫ଟି ପ୍ରାଚୀନ କଳାକୃତି ଫେରାଇବାକୁ ନିଷ୍ପତ୍ତି ନେଇଛି । ଏହା ପ୍ରାଚୀନ କଳାକୃତିଗୁଡିକ ଭାରତର ବିଭିନ୍ନ ସ୍ଥାନରୁ ଚୋରାଚାଲାଣ ହୋଇଥିଲା । ଏଥିମଧ୍ୟରେ ପୂର୍ବ ଭାରତର 47ଟି, ଦକ୍ଷିଣ ଭାରତର 27 ଓ କେନ୍ଦ୍ର ଭାରତର 22, ଉତ୍ତର ଭାରତର 6ଟି ଓ ପଶ୍ଚିମ ଭାରତର 3ଟି କଳାକୃତି ରହିଛି । ଏଥିମଧ୍ୟରୁ 50ଟି କଳାକୃତି ହିନ୍ଦୁ, ଜୈନ ଓ ଇସଲାମ ଧର୍ମର ହୋଇଥିବା ବେଳେ ଅନ୍ୟଗୁଡିକ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଟେରାକୋଟା, ପଥର, ଧାତୁ ଓ କାଠରେ ତିଆରି ହୋଇଥିବା ଏହି କଳାକୃତିଗୁଡିକ ଦ୍ୱିତୀୟ-ତୃତୀୟ ଶତାବ୍ଦୀ ଠାରୁ ଆରମ୍ଭ କରି ଅଷ୍ଟାଦଶ-ଉନବିଂଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା । ୱାଶିଂଟନ୍ ଡିସି ସ୍ଥିତ ଭାରତୀୟ ଦୂତାବାସ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଳାକୃତିଗୁଡିକୁ ଫେରସ୍ତ କରିଥିବାରୁ ଆମେରିକା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow