ଗୁରୁବାର ଠାରୁ ୭୦ ଟଙ୍କାରେ ଟମୋଟୋ ବିକିବେ ଏନସିସିଏଫ ଓ ନାଫେଡ୍‌

Jul 18, 2023 - 07:59
Jul 21, 2023 - 07:59
 0  7
ଗୁରୁବାର ଠାରୁ ୭୦ ଟଙ୍କାରେ ଟମୋଟୋ ବିକିବେ ଏନସିସିଏଫ ଓ ନାଫେଡ୍‌
ଗୁରୁବାର ଠାରୁ ୭୦ ଟଙ୍କାରେ ଟମୋଟୋ ବିକିବେ ଏନସିସିଏଫ ଓ ନାଫେଡ୍‌

ଗୁରୁବାର ଠାରୁ ୭୦ ଟଙ୍କାରେ ଟମୋଟୋ ବିକିବେ ଏନସିସିଏଫ ଓ ନାଫେଡ୍‌
ଗୁରୁବାର (ଜୁଲାଇ ୨୦)ରୁ କିଲୋପ୍ରତି ୭୦ ଟଙ୍କାରେ ଟମାଟୋ ବିକିବେ ଏନସିସିଏଫ ଓ ନାଫେଡ୍‌ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଗତ ୧ ମାସ ହେବ ଦେଶର ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଥିଲା । ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି କରିବାକୁ ନାଫେଡ ଏବଂ ଏନ୍‌ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା ।

What's Your Reaction?

like

dislike

love

funny

angry

sad

wow