ହ୍ରାସ ହେବ ସମସ୍ତ ଟ୍ରେନ୍‌ରେ ଏସି ଚେୟାର କାର, ଏକ୍‌ଜିକ୍ୟୁଟିଭ ଶ୍ରେଣୀର ଟିକଟ ମୂଲ୍ୟ

Jul 10, 2023 - 17:08
 0  5
ହ୍ରାସ ହେବ ସମସ୍ତ ଟ୍ରେନ୍‌ରେ ଏସି ଚେୟାର କାର, ଏକ୍‌ଜିକ୍ୟୁଟିଭ ଶ୍ରେଣୀର ଟିକଟ ମୂଲ୍ୟ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନ୍ରେ ଏସି ଚେୟାର କାର, ଏକ୍ଜିକ୍ୟୁଟିଭ ଶ୍ରେଣୀର ଟିକଟ ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ। ତେବେ ଉକ୍ତ ଟିକଟ ମୂଲ୍ୟ ସେହି ସବୁ କ୍ଷେତ୍ରରେ କମିବ ଯେଉଁଠି ଗତ ୩୦ ଦିନ ମଧ୍ୟରେ ସିଟ୍ପୂରଣ ହାର ୫୦ ପ୍ରତିଶତରୁ କମ୍ରହିଥିବ। ଟ୍ରେନରେ ଯାତ୍ରା ପାଇଁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଏହି ଯୋଜନା ପ୍ରସ୍ତୁତ ହୋଇଛି। ଏସି ସିଟ୍ବ୍ୟବସ୍ଥା ଥିବା ଟ୍ରେନଗୁଡ଼ିକରେ ରିହାତି ମୂଲ୍ୟରେ ଟିକଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷମତା ରେଳ ଜୋନ୍ଗୁଡ଼ିକୁ ରେଳ ମନ୍ତ୍ରାଳୟ ପ୍ରଦାନ କରିଛି।ତେବେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟିକଟ ମୂଲ୍ୟ ହ୍ରାସ କେବଳ ମୂଳ ଭଡ଼ାରେ ଲାଗୁ ହେବ। ସଂରକ୍ଷଣ ଚାର୍ଜ, ସୁପର ଫାଷ୍ଟ୍ଚାର୍ଜ, ଜିଏସ୍ଟି ଆଦି ପୃଥକ୍ଭାବେ ଲାଗୁ ହେବ।

ଯେଉଁସବୁ ରେଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିମ୍ବା କୌଣସି ନିର୍ଦ୍ଦିଷ୍ଟ ସ୍ଥାନ/ସେକ୍ସନ ଅଧୀନରେ ଯାତ୍ରୀଙ୍କ ସଂଖ୍ୟା ମୋଟ ସିଟ୍ତୁଳନାରେ ୫୦ ପ୍ରତିଶତରୁ କମ୍ ଥିବ ସେ କ୍ଷେତ୍ରରେ ମୂଲ୍ୟ ହ୍ରାସ ବିଚାରକୁ ନିଆଯିବ। କେତେ ପ୍ରତିଶତ ରିହାତି ପ୍ରଦାନ କରାଯିବ ତାହା ପ୍ରତିଯୋଗିତା ମୂଳକ ପରିବହନ ମାଧ୍ୟମର ଭଡ଼ା ଉପରେ ନିର୍ଭର କରିବ। ରିହାତିକୁ ତତ୍କାଳ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ଯୋଜନା ରେଳ ଟ୍ରେନ ଯାତ୍ରା ଯେଉଁଠୁ ଆରମ୍ଭ ହେଉଛି ସେହି ଜୋନ୍ ପ୍ରିନ୍ସିପାଲ ଚିଫ୍କମର୍ସିଆଲ ମ୍ୟାନେଜରଙ୍କ ଦ୍ବାରା ଧାର୍ଯ୍ୟ ଅବଧି ପାଇଁ କାର୍ଯ୍ୟକାରୀ ହେବ। ତେବେ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ସର୍ବାଧିକ ମାସ ପାଇଁ ଏହା ଲାଗୁ ହେବ। ରିହାତି ସଂପୂର୍ଣ୍ଣ ଅବଧି ପାଇଁ ଦିଆଯିବ କିମ୍ବା ଆଂଶିକ ଅବଧି ପାଇଁ କିମ୍ବା କାର୍ଯ୍ୟ ଦିବସ କିମ୍ବା ସପ୍ତାହାନ୍ତଗୁଡ଼ିକରେ ଦିଆଯିବ ତାହା ଚାହିଦାକୁ ଦେଖି କରାଯିବ। ପୂର୍ବରୁ ଟିକଟ ବୁକ୍କରିଥିବା ଯାତ୍ରୀଙ୍କୁ କୌଣସି ରିଫଣ୍ଡ୍ବା ଅର୍ଥ ଫେରସ୍ତ ଦିଆଯିବ ନାହିଁ। ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଯେଉଁ ସବୁ ଟ୍ରେନର ନିର୍ଦ୍ଦିଷ୍ଟ ଶ୍ରେଣୀରେ ଫ୍ଲେକ୍ସି ଫେୟାର ଯୋଜନା କାର୍ଯ୍ୟକାରୀ ହୋଇଛି ତାହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତ୍ୟାହାର କରିନେବାକୁ କୁହାଯାଇଛି। 

ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ହୋଇଥିବା ଯୋଜନା ହଲିଡେ କିମ୍ବା ଫେଷ୍ଟିଭାଲ ସ୍ପେସାଲ ଆଦି ସ୍ପେସାଲ ଟ୍ରେନରେ ଲାଗୁ ହେବ ନାହିଁ। ଟ୍ରେନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯଦି ରିହାତି ପ୍ରଦାନ ବ୍ୟବସ୍ଥା ହୋଇଛି ତାହେଲେ ସେସବୁ ଟ୍ରେନରେ ତତ୍କାଳ କୋଟା ରହିବ ନାହିଁ। ସେହିଭଳି ଟ୍ରେନର ଆଂଶିକ ଯାତ୍ରା ପାଇଁ ଯଦି ରିହାତି ପ୍ରଦାନ କରାଯାଏ ତାହେଲେ ତତ୍କାଳ କୋଟା ସେହି ଯାତ୍ରା ପାଇଁ ଦିଆଯାଇ ନପାରେ। ପ୍ରଥମ ଚାଟ୍ପ୍ରସ୍ତୁତି ପର୍ଯ୍ୟନ୍ତ ଏବଂ ବର୍ତ୍ତମାନର ଟିକଟ ବୁକିଂ ସମୟରେ ରିହାତି ପ୍ରଯୁଜ୍ୟ ହେବ। ଟିଟିଇମାନଙ୍କ ଦ୍ବାରା ରିହାତି ପ୍ରଦାନ କରାଯାଇପାରେ।

 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.