ମେଟ୍ରୋ ପାଇଁ ମାଟି ପରୀକ୍ଷା ଆରମ୍ଭ

Jul 10, 2023 - 16:50
 0  3
ମେଟ୍ରୋ ପାଇଁ ମାଟି ପରୀକ୍ଷା ଆରମ୍ଭ

କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଆରମ୍ଭ ହୋଇଛି। ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍କର୍ପୋରେସନ୍‌(ଡିଏମ୍ଆର୍ସି) ସଂସ୍ଥାଜିଓ ଟେକ୍ନିକାଲ ଇନ୍‌‌ଭେଷ୍ଟିଗେସନଆରମ୍ଭ କରିଛି। ନନ୍ଦନକାନନ ରୋଡ୍ରେ ରାସ୍ତାକଡ଼ରେ ମେସିନ୍ସ୍ଥାପନ କରି ସର୍ବେକ୍ଷଣ କରୁଛି। ମାଟି ଉପର ସହ ୩୦ ଫୁଟ୍ତଳେ ଅବସ୍ଥା ରହିଛି ତାହା ମଧ୍ୟ ଅନୁଧ୍ୟାନ କରିବ। ଏହା ଛଡ଼ା ମାଟି ତଳେ ଥିବା ପାଣିର ଅବସ୍ଥା ମଧ୍ୟ ଯାଞ୍ଚ କରିବ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ଭିତ୍ତିଭୂମି ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି କେତେ ସକ୍ଷମ ତାହା ଅନୁଧ୍ୟାନ କରିବ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ରେଳ ଚଳାଇବା ନେଇ ଘୋଷଣା ହୋଇଥିବାରୁ ସମ୍ପୃକ୍ତ ସଂସ୍ଥା ଏହି ଅଞ୍ଚଳରେ ମାଟି ଖୋଳି ଜିଓ ଟେକ୍ନିକାଲ ଇନ୍‌‌ଭେଷ୍ଟିଗେସନ କରିବ। ଏହି ସବୁ ପ୍ରାରମ୍ଭିକ କାମ ସରିବା ପରେ ଏହି ସର୍ଭେ ରିପୋର୍ଟ ଆଧାରରେ ସଂସ୍ଥା ଡିପିଆର ପ୍ରସ୍ତୁତ କରିବ। ଡିପିଆରରେ ରୁଟ୍ମଧ୍ୟ ସ୍ଥିର ହେବ। ଯେଉଁଠି ମାଟି ଦୁର୍ବଳ ରହିବ ବା ଭାର ସମ୍ଭାଳିବା ପାଇଁ ସକ୍ଷମ ହେବ ନାହିଁ ସେହି ରୁଟ୍ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। କମ୍ଅର୍ଥ ଖର୍ଚ୍ଚରେଏଲିଭେଟେଡ୍ମେଟ୍ରୋ ରେଳ ପ୍ରକଳ୍ପଯୋଜନା ହୋଇଛି। ଏଣୁ କେତେ ଅର୍ଥ ଖର୍ଚ୍ଚ ହେବ, କେତେ ଜମି ଦରକାର, କେତୋଟି ଷ୍ଟେସନ ହେବ, ଯାତ୍ରୀଙ୍କ ସୁବିଧା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ତାହା ଏହି ସଂସ୍ଥା ଡିପିଆର୍ପ୍ରସ୍ତୁତ କରିବା ପରେ ଜଣାପଡ଼ିବ।

ଉଲ୍ଲେଖଯୋଗ୍ୟ, ଏହି ମେଟ୍ରୋ ନେଟ୍ୱର୍କ ପାଇଁ ଖୋର୍ଦ୍ଧା, ପୁରୀ, କଟକ ଭୁବନେଶ୍ବରକୁ ନେଇ ଏକ ମାଷ୍ଟର ପ୍ଲାନ୍ପ୍ରସ୍ତୁତ ହେବ। କମ୍ସମୟ ମଧ୍ୟରେ ସବୁ ପ୍ରସ୍ତୁତ ହେବାକୁ ଥିବାରୁ ଏହାକୁ ଏକ ଚାଲେଞ୍ଜ ଭାବରେ ନିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଯାତ୍ରୀ ପରିବହନ ବ୍ୟବସ୍ଥା ସୁଗମ ହେବ। ଘରୋଇ ଯାନ ବ୍ୟବହାର କମ୍ହେବା ସହ ଉଭୟ ସହର ଯାତାୟାତରେ ଅଯଥା ସମୟ ନଷ୍ଟ ହେବ ନାହିଁ। ସଡ଼କ ଗୁଡ଼ିକରେ ମଧ୍ୟ ଭିଡ଼ କମିବ ବୋଲି କୁହାଯାଉଛି।

 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.