୧୦୯ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍‌

Jul 18, 2023 - 08:00
Jul 21, 2023 - 08:00
 0  6
୧୦୯ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍‌
୧୦୯ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍‌

୧୦୯ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍‌
ଓଡିଆରେ ନାମ ଫଳକ ଲେଖିବା ନିର୍ଦ୍ଦେଶର ଖିଲାଫ କରିଥିବା ୧୦୯ଟି ବ୍ୟବସାୟ ପ୍ରତିଷ୍ଠାନକୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଏହି ପ୍ରତିଷ୍ଠାନଗୁଡିକୁ ଚେତାବନୀ ଦେଇଛି । ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ରାଜ୍ୟ ସରକାର ନିୟମ କରିଥିଲେ । ଏହି ନିୟମର ପ୍ରଥମଥର ଉଲ୍ଲଂଘନ ପାଇଁ ୧ରୁ ୫ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି । ଓଡିଶା ଶ୍ରମ କମିଶନର ଏନ୍‌ ତିରୁମାଲା ନାୟକଙ୍କ ନିର୍ଦ୍ଦେଶରେ ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀର ପଟିଆ, ମାଷ୍ଟର କ୍ୟାଣ୍ଟିନ୍‌, ୟୁନିଟ-୨, ସହିଦ ନଗରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେସ୍ତୋଁରା, ଘଣ୍ଟା ଦୋକାନ, ଷ୍ଟେସନାରି ଆଦି ୧୦୯ଟି ଦୋକାନକୁ ଯାଞ୍ଚ୍‌ କରି ୭ ଦିନିଆ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏଥିମଧ୍ୟରୁ ୪୩ଟି ବାଣିଜ୍ୟ ପ୍ରତିଷ୍ଠାନ ସେମାନଙ୍କ ନାମଫଳକ ଓଡ଼ିଆରେ ଲେଖି ଶ୍ରମ ବିଭାଗ ନିକଟରେ ଦାଖଲ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow