ପାଇଖାନା ଟାଙ୍କିରେ ପଡ଼ି ୨ ଶ୍ରମିକ ମୃତ

Jul 29, 2023 - 08:35
Jul 30, 2023 - 08:36
 0  8
ପାଇଖାନା ଟାଙ୍କିରେ ପଡ଼ି ୨ ଶ୍ରମିକ ମୃତ
ପାଇଖାନା ଟାଙ୍କିରେ ପଡ଼ି ୨ ଶ୍ରମିକ ମୃତ

ପାଇଖାନା ଟାଙ୍କିରେ ପଡ଼ି ୨ ଶ୍ରମିକ ମୃତ
ପାଇଖାନା ଟାଙ୍କି ସଫା କରିବାକୁ ଯାଇଥିବା ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣାଟି ଘଟିଛି ରାଜଧାନୀର ଶିଶୁପାଳଗଡ଼ ରଘୁନାଥନଗର ଲେନ୍-୨ରେ । ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ସଫା କରିବା ପାଇଁ ୨ ଯୁବକ ଆସିଥିଲେ । ହେଲେ ଉଭୟେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ । ଅଗ୍ନିଶମ ବାହିନୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

What's Your Reaction?

like

dislike

love

funny

angry

sad

wow