ଖଡଗ ନଦୀଗର୍ଭ ଜଳାଶୟ ନିର୍ମାଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Jul 20, 2023 - 08:21
Jul 21, 2023 - 08:21
 0  6
ଖଡଗ ନଦୀଗର୍ଭ ଜଳାଶୟ ନିର୍ମାଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଖଡଗ ନଦୀଗର୍ଭ ଜଳାଶୟ ନିର୍ମାଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଖଡଗ ନଦୀଗର୍ଭ ଜଳାଶୟ ନିର୍ମାଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଖଡଗ ନଦୀରେ ନଦୀଗର୍ଭ ଜଳାଶୟ ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୬ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି । ପୂର୍ବରୁ ବୈଷୟିକ ପରାମର୍ଶଦାତା କମିଟି ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଏଥିପାଇଁ ବାଲିଗୁଡା ବ୍ଳକର ଲଡଗାଁ ଗାଁ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବିନିଯୋଗରେ ପ୍ରକଳ୍ପ ନିର୍ମିତ ହେବ । ପ୍ରକଳ୍ପ ପାଇଁ କୌଣସି ବିସ୍ଥାପନ ହେବ ନାହିଁ । ଏହି ପ୍ରକଳ୍ପ ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ ।

What's Your Reaction?

like

dislike

love

funny

angry

sad

wow