ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି 

Aug 8, 2023 - 11:22
Aug 9, 2023 - 11:22
 0  6
ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି 
ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି 

ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି 
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଳପାତ୍ର ମଙ୍ଗଳବାର ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଜଷ୍ଟିସ ତଳପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ଓଡିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ତଳପାତ୍ର ଶପଥ ଗ୍ରହଣ କରିଛନ୍ତି । ତ୍ରିପୁରାର ଉଦୟପୁର ଠାରେ ୧୯୬୧ ମସିହା ଅକ୍ଟୋବର ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ତଳପାତ୍ର । କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ହାସଲ କରିବା ପରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ଭଳି ବାର କାଉନସିଲର ସଦସ୍ୟ ଥିଲେ । ୨୦୧୧ରେ ସେ ଗୁଆହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ରେ ସେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ । ତ୍ରିପୁରା ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତି ଭାବରେ ସେ ଦୁଇ ଦୁଇଥର କାର୍ଯ୍ୟ ତୁଲାଇବା ପରେ ଜୁନ ୧୦, ୨୦୨୨ରୁ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରି ଆସୁଥିଲେ ।

What's Your Reaction?

like

dislike

love

funny

angry

sad

wow