୧୫ ପ୍ରତିଶତ ବଢ଼ିଲାଣି ହରଡ ଡାଲି ଦର

Jun 10, 2023 - 02:32
Jun 11, 2023 - 02:32
 0  282
୧୫ ପ୍ରତିଶତ ବଢ଼ିଲାଣି ହରଡ ଡାଲି ଦର
୧୫ ପ୍ରତିଶତ ବଢ଼ିଲାଣି ହରଡ ଡାଲି ଦର

୧୫ ପ୍ରତିଶତ ବଢ଼ିଲାଣି ହରଡ ଡାଲି ଦର
ଗତ ଦୁଇ ମାସ ହେଲା ହରଡ଼ ଡାଲି ଦର ହୁ ହୁ ହୋଇ ବଢିଚାଲିଛି । ଏବେ ବଜାରରେ ହରଡ଼ ଡାଲିର ପାଇକାରୀ ଦର କିଲୋ ପିଛା ୧୨୮ରୁ ୧୪୩ ଟଙ୍କା ଅଛି । ଦୁଇ ମାସ ପୂର୍ବେ ଏହା ୧୧୦ରୁ ୧୨୫ ଟଙ୍କା ଥିଲା । ମାତ୍ର ଦୁଇ ମାସ ମଧ୍ୟରେ ହରଡ ଡାଲି ଦର ପ୍ରାୟ ୧୫ ପ୍ରତିଶତ ବଢି ସାରିଲାଣି । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପରିଚାଳନାଗତ ତ୍ରୁଟିକୁ ଦାୟୀ କରିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା । କର୍ପୋରେଟ୍‌ ସଂସ୍ଥା ହୋର୍ଡିଂ କରୁଥିବାରୁ ଦର ବଢୁଛି । ଏହାଦ୍ୱାରା ଦର ବଢୁଛି ଓ ଉପଭୋକ୍ତା ହଇରାଣ ହେଉଛନ୍ତି ବୋଲି ସୁଧାକର ପଣ୍ଡା କହିଛନ୍ତି । ସେପଟେ ହରଡ଼ ଡାଲି ଦର ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow