ଶୀଘ୍ର ବ୍ଲାକସ୍ପଟ ମରାମତି କରିବ ଏନଏଚଏଆଇ

Jun 16, 2023 - 03:38
Jun 17, 2023 - 03:39
 0  849
ଶୀଘ୍ର ବ୍ଲାକସ୍ପଟ ମରାମତି କରିବ ଏନଏଚଏଆଇ
ଶୀଘ୍ର ବ୍ଲାକସ୍ପଟ ମରାମତି କରିବ ଏନଏଚଏଆଇ

ଶୀଘ୍ର ବ୍ଲାକସ୍ପଟ ମରାମତି କରିବ ଏନଏଚଏଆଇ
ସଡକ ସୁରକ୍ଷା ବୃଦ୍ଧି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କମ ସମୟ ମଧ୍ୟରେ ଦୁର୍ଘଟଣାପ୍ରବଣ ସ୍ଥାନ (ବ୍ଲାକସ୍ପଟ)ଗୁଡିକର ମରାମତି କରିବେ । ଏଥିପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ଓ ସେହି ରାଜ୍ୟର ପୁଲିସ ମୁଖ୍ୟ ବା ଜିଲ୍ଲା ସଡକ ନିରାପତ୍ତା କମିଟି ସହ ପରାମର୍ଶ କରି ରାସ୍ତା ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମଂଜୁର କରିପାରିବେ । ସେହିପରି ଦୁର୍ଘଟଣାପ୍ରବଣ ସ୍ଥାନର ମରାମତି ପାଇଁ 10 ଲକ୍ଷରୁ ଅଧିକ ଓ 25 ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ସ୍ଥଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବ । ବ୍ଲାକସ୍ପଟ ବା ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନିତ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ କିଛିଟା ମାପଦଣ୍ଡ ଚିହ୍ନିଟ କରାଯାଇଛି । ସ୍ୱଳ୍ପମିଆଦୀ ମରାମତି ଯୋଜନାରେ ପଥଚାରୀଙ୍କୁ ଆଗୁଆ ସୂଚନା ସତର୍କତା ସଂକେତ, ଜେବ୍ରା କ୍ରସିଂ, ରେଲିଂ, କ୍ରାଶ ବ୍ୟାରିୟର, ଜଂକସନ ମରାମତି, ସୋଲାର ଲାଇଟ ବ୍ଲିଙ୍କର ଆଦି ସାମିଲ ରହିଛି ।

What's Your Reaction?

like

dislike

love

funny

angry

sad

wow