ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

Jun 29, 2023 - 08:06
Jun 30, 2023 - 08:06
 0  11
ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ
ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ
ବାହୁଡା ଯାତ୍ରା ବେଳେ ତ୍ରିପୁରାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ଏଭଳି ଦୁଃଖଦ ସମୟରେ ତ୍ରିପୁରା ସରକାରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ତ୍ରିପୁରା ପଠାଯାଇଛି । ମୃତକ କିମ୍ବା ଆହତଙ୍କ ମଧ୍ୟରେ ଓଡିଶାର କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ଥାଆନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଉଲ୍ଲେଖଯୋଗ୍ୟ ବୁଧବାର ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ରଥଟାଣୁ ଟାଣୁ କିଛି ଶ୍ରଦ୍ଧାଳୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଯାଇଥିଲେ ।

What's Your Reaction?

like

dislike

love

funny

angry

sad

wow