ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି

Jun 29, 2023 - 08:04
Jun 30, 2023 - 08:04
 0  9
ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି
ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି

ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି
ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ଗୁରୁବାର ଏସସିବିରେ ଚିକିତ୍ସାଧୀନ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବିହାର ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ମନୀଷ କୁମାର(୨୪) । ଜୁନ ୩ରେ ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନ ଚିକିତ୍ସାଧୀନ ରହିବା ପରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି ।

What's Your Reaction?

like

dislike

love

funny

angry

sad

wow