ମାନବୀୟ ତ୍ରୁଟି ଯୋଗୁଁ ବାହାନଗା ରେଳ ଦୁର୍ଘଟଣା

Jul 4, 2023 - 21:46
 0  8
ମାନବୀୟ ତ୍ରୁଟି ଯୋଗୁଁ ବାହାନଗା ରେଳ ଦୁର୍ଘଟଣା
ମାନବୀୟ ତ୍ରୁଟି ଯୋଗୁଁ ବାହାନଗା ରେଳ ଦୁର୍ଘଟଣା

ମାନବୀୟ ତ୍ରୁଟି ଯୋଗୁଁ ବାହାନଗା ରେଳ ଦୁର୍ଘଟଣା
ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ରେଳ ଦୁର୍ଘଟଣାର କାରଣ ବୋଲି ରେଳ ସୁରକ୍ଷା କମିଶନର ନିଜ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ସିଗନାଲ ବ୍ୟବସ୍ଥା ମରାମତି ବେଳେ ସିଗନାଲିଂ ସର୍କିଟ୍ ଅଦଳ ବଦଳ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା । ଫଳରେ କରମଣ୍ଡଳ ଟ୍ରେନ୍ ଭୁଲ ଲାଇନରେ ମାଡ଼ି ଯାଇ ଲୁପ୍ ଲାଇନରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ସହିତ ଧକ୍କା ଖାଇଥିଲା । ସେହିପରି ରେଳ ସୁରକ୍ଷା କମିଶନର ଦୁର୍ଘଟଣା ପ୍ରତିକାର ପାଇଁ କିଛି ସୁପାରିଶ ମଧ୍ୟ କରିଛନ୍ତି । ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି । ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ୱ ଦେଇ ନଥିଲେ । ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ବୋଲି ରିପୋର୍ଟରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଜୁନ ୨ରେ ହୋଇଥିବା ଏହି ଦୁର୍ଘଟଣାରେ ଏଯାଏଁ ୨୯୩ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଅନେକେ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

What's Your Reaction?

like

dislike

love

funny

angry

sad

wow