ଆଇଏଏସ ଅଧିକାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂପଦ- କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ

Jul 4, 2023 - 21:45
 0  6

ଆଇଏଏସ ଅଧିକାରୀମାନଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂପଦ କହିବା ସହ ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ସେବା ପ୍ରଦାନ ପାଇଁ ପ୍ରାଥମିକ ସ୍ତରରୁ ଉତ୍ସାହିତ କରାଯିବ ଉଚିତ ବୋଲି ମତ ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ । ସେହିପରି ଆଇଏଏସ ଓ ଅନ୍ୟ ସର୍ବଭାରତୀୟ ସେବା ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ସେ ରାଜ୍ୟ ସରକାରମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ସର୍ବଭାରତୀୟ ସେବାଗୁଡିକର କ୍ୟାଡର ପ୍ରବନ୍ଧନ ପାଇଁ ନିୟମ ଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ । କାର୍ମିକ, ସାଧାରଣ ପ୍ରଶାସନ ଓ ପ୍ରଶାସନିକ ସଂସ୍କାର ବିଭାଗ ଦାୟିତ୍ୱରେ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରମୁଖ ସଚିବମାନଙ୍କ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସେବାଗୁଡିକର ସର୍ବଭାରତୀୟ ସ୍ୱରୂପ ବଜାୟ ରଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଏହାଦ୍ୱାରା କେନ୍ଦ୍ରୀୟ ସ୍ତରରେ ଅଧିକାରୀମାନଙ୍କ ଅଭିଜ୍ଞତା ବଢିବା ସହ ସେମାନଙ୍କ ପଦୋନ୍ନତିରେ ସହାୟକ ହେବ ।

What's Your Reaction?

like

dislike

love

funny

angry

sad

wow