ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡ

Jul 31, 2023 - 07:29
Aug 2, 2023 - 07:30
 0  7
ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡ
ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡ

ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡ
ଦୀର୍ଘ ୨୫ ବର୍ଷ ପୂର୍ବର ଏକ ହତ୍ୟା ମାମଲାରେ ଛତ୍ରପୁରର ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀଙ୍କ ସମେତ ୧୩ଜଣଙ୍କୁ ଏଡିଜେ-୩ କୋର୍ଟ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ଏକ ଜନଶୁଣାଣି ବେଳେ ତତ୍କାଳୀନ ପୁଲିସ ରିଜର୍ଭ ଇନସ୍ପେକ୍ଟର ବି.କେ. ମେହେରଙ୍କୁ ବୋମା ମାଡ କରି ହତ୍ୟା କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନୀର ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଗଂଜାମ ଜିଲ୍ଲାର ସିନ୍ଧି ଗାଁରେ ଟାଟା ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନର ଏକ ବୈଠକ ହୋଇଥିଲା । ସଭା ଚାଲିଥିବା ବେଳେ ହଠାତ ଗଣ୍ଡଗୋଳ ହୋଇଥିଲା । ଏତିକିବେଳେ ବୋମା ମାଡରେ ପୁଲିସ୍‌ ଆର୍‌ଆଇ ବି.କେ ମେହେରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସିପିଆଇ ନେତା ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତେବେ ଦୀର୍ଘ ଦିନ ଧରି ମାମଲାଟି ବିଚାରାଧୀନ ଥିବାବେଳେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇସାରିଛି ।

What's Your Reaction?

like

dislike

love

funny

angry

sad

wow