ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦବୀ ଛାଡିଲେ ସୁବ୍ରତ ବାଗଚୀ
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦବୀ ଛାଡିଲେ ସୁବ୍ରତ ବାଗଚୀ
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦବୀରୁ ସୁବ୍ରତ ବାଗଚୀ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା ଟ୍ୱିଟ ଯୋଗେ ଜଣାଇଛନ୍ତି । ନିଜ ଟ୍ୱିଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଶଂସା କରିବା ସହ ଓଡିଶାବାସୀ ଦେଇଥିବା ଭଲ ପାଇବାକୁ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି । ଏହି ଅବସରରେ ସେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ଅଳକା ମିଶ୍ରଙ୍କୁ ସ୍ୱାଗତ କରିଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅଳକା ନିଜ ନେତୃତ୍ୱ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ବୋଲି ବାଗଚୀ ଟ୍ୱିଟ କରିଛନ୍ତି ।
What's Your Reaction?