ଟମାଟୋ ଦର ବୃଦ୍ଧି ପାଇଁ ବର୍ଷା ଦାୟୀ-ମନ୍ତ୍ରୀ, 15 ଦିନରେ ସ୍ଥିତି ହୋଇପାରେ ସ୍ୱାଭାବିକ

Jun 28, 2023 - 06:07
Jun 29, 2023 - 06:07
 0  13
ଟମାଟୋ ଦର ବୃଦ୍ଧି ପାଇଁ ବର୍ଷା ଦାୟୀ-ମନ୍ତ୍ରୀ, 15 ଦିନରେ ସ୍ଥିତି ହୋଇପାରେ ସ୍ୱାଭାବିକ
ଟମାଟୋ ଦର ବୃଦ୍ଧି ପାଇଁ ବର୍ଷା ଦାୟୀ-ମନ୍ତ୍ରୀ, 15 ଦିନରେ ସ୍ଥିତି ହୋଇପାରେ ସ୍ୱାଭାବିକ

ଟମାଟୋ ଦର ବୃଦ୍ଧି ପାଇଁ ବର୍ଷା ଦାୟୀ-ମନ୍ତ୍ରୀ, 15 ଦିନରେ ସ୍ଥିତି ହୋଇପାରେ ସ୍ୱାଭାବିକ
ରାଜ୍ୟରେ ଟମାଟୋର ଅହେତୁକ ଦର ବୃଦ୍ଧି ଯୋଗୁଁ ରୋଷେଇ ଘରୁ ଟମାଟୋ ଉଭାନ ହୋଇଯାଇଛି । ମାତ୍ର ଦୁଇ ତିନି ଦିନ ମଧ୍ୟରେ ଟମାଟୋର ଦର ଶହେ ଟଙ୍କା ଅତିକ୍ରମ କରି ସାରିଲାଣି । ଟମାଟୋର ଅହେତୁକ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଟମାଟୋ ଦର ଆହୁରି ବଢିବ ବୋଲି କିଛି ଦୋକାନୀ କହୁଛନ୍ତି । ତେବେ ପ୍ରବଳ ବର୍ଷା ଯୋଗୁଁ ଟମାଟୋ ଚାଷୀ ଓ ବଜାର ଉଭୟେ ପ୍ରଭାବିତ ହୋଇଛନ୍ତି । ସାଧାରଣତଃ ଟମାଟୋ ବେଙ୍ଗଳୁରୁରୁ ଆସିଥାଏ । ଆଶା କରୁଛୁ ସ୍ଥିତି ଶୀଘ୍ର ସୁଧୁରିବ । ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ସେହିପରି ଟମାଟୋ ଦର ବୃଦ୍ଧି ସମ୍ପର୍କରେ ଛତ୍ରବଜାର ବଣିକ ସଙ୍ଘର ସଚିବ ଦେବେନ୍ଦ୍ର ସାହୁ କହିଛନ୍ତି, କର୍ଣ୍ଣାଟକରେ ବିଭିନ୍ନ କାରଣ ଯୋଗୁଁ ଟମାଟୋ ଉତ୍ପାଦନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷାରେ ଟମାଟୋ ଫସଲ ନଷ୍ଟ ହୋଇଯାଇଛି । ସାରା ଦେଶ ଟମାଟୋ ପାଇଁ କର୍ଣ୍ଣାଟକ ଉପରେ ନିର୍ଭରଶୀଳ । ତେଣୁ ଦରବୃଦ୍ଧି ହୋଇଛି । ଏପଟେ ଚାହିଦା ତୁଳନାରେ ଯୋଗାଣ କମ ହେଉଛି । ତେବେ ଆଉ ପ୍ରାୟ 15 ଦିନରେ ଦ୍ୱିତୀୟ ଫସଲ ବାହାରିଲେ ସ୍ଥିତି ସ୍ୱାଭାବିକ ହେବ ।

What's Your Reaction?

like

dislike

love

funny

angry

sad

wow