ସିଂହଦ୍ୱାର ନିକଟରେ ପହଞ୍ଚିଲା ତିନି ରଥ 

Jun 28, 2023 - 06:08
Jun 29, 2023 - 06:08
 0  6
ସିଂହଦ୍ୱାର ନିକଟରେ ପହଞ୍ଚିଲା ତିନି ରଥ 
ସିଂହଦ୍ୱାର ନିକଟରେ ପହଞ୍ଚିଲା ତିନି ରଥ 

ସିଂହଦ୍ୱାର ନିକଟରେ ପହଞ୍ଚିଲା ତିନି ରଥ 
ପୁରୀରେ ଶ୍ରୀଜିଉମାନଙ୍କ ବାହୁଡ଼ାଯାତ୍ରା ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି । ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଶେଷରେ ନନ୍ଦିଘୋଷରେ ପହଞ୍ଚିଥିଲେ ଶ୍ରୀଜଗନ୍ନାଥ । ଲକ୍ଷାଧିକ ଭକ୍ତ ଶ୍ରଦ୍ଧାର ସହିତ ଶ୍ରୀଜିଉମାନଙ୍କ ତିନି ରଥକୁ ଶରଧାବାଲିରୁ ଶ୍ରୀମନ୍ଦିରର ସିଂହଦ୍ୱାର ଯାଏଁ ଟାଣି ଆଣିଥିଲେ । ବାହୁଡ଼ାଯାତ୍ରା ଶେଷ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀଜିଉମାନେ ରଥ ଉପରେ ସୁନାବେଶରେ ମଣ୍ଡିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ଜୁନ୍‌ ୩୦ରେ ଅଧରପଣା ନୀତି ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

What's Your Reaction?

like

dislike

love

funny

angry

sad

wow