ରାଜ୍ୟରେ ପ୍ରତି ୧୦୦ରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌

76 out of every 100 people in the state have a mobile phone

Aug 29, 2023 - 16:29
 0  3
ରାଜ୍ୟରେ ପ୍ରତି ୧୦୦ରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌

ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଧାରା ଜାରି ରହିଛି। ଗତ ଜୁନ୍‌ରେ ୮୫,୩୫୪ ନୂଆ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରେ ସାମିଲ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୪ ଲକ୍ଷ ୧୧ ହଜାର ୪୪କୁ ବୃଦ୍ଧି ପାଇଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୩ ଜୁନ୍‌ରେ ଓଡ଼ିଶାରେ ତିନିଟି କଂପାନି ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଗୋଟିଏ ସଂସ୍ଥା ଅଳ୍ପ କିଛି ଗ୍ରାହକ ହରାଇଛି। ଏୟାରଟେଲ୍‌ ୫୫,୪୦୭, ଭୋଡାଫୋନ୍ ଆଇଡିଆ ୧୬,୯୯୦ ଓ ରିଲାଏନ୍ସ ଜିଓ ୧୫,୦୮୦ ନୂଆ ଗ୍ରାହକ ଯୋଡ଼ିଛନ୍ତି। ରାଷ୍ଟ୍ରାୟତ୍ତ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ରାଜ୍ୟରେ ୨୧୨୩ ଜଣ ଗ୍ରାହକଙ୍କୁ ହରାଇଛି। ରାଜ୍ୟରେ ରିଲାଏନ୍ସ ଜିଓ ୧ କୋଟି ୪୨ ଲକ୍ଷ ୧୬ ହଜାର ୯୯୩ ମୋବାଇଲ୍‌ ଗ୍ରାହକ ଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର ୬୨ ଲକ୍ଷ ୧୦ ହଜାର ୬୬୨, ଭୋଡାଫୋନ୍ ଆଇଡିଆର ୧୫,୯୭,୭୮୦ ଓ ଏୟାରଟେଲ୍‌ର ୧ କୋଟି ୧୩ ଲକ୍ଷ ୮୫ ହଜାର ୪୯୦ ଜଣ ଗ୍ରାହକ ରହିଛନ୍ତି। ଟେଲି ସାନ୍ଧ୍ରତା ଦୃଷ୍ଟିରୁ କିନ୍ତୁ ଓଡ଼ିଶା ବହୁ ‌ରାଜ୍ୟଠାରୁ ପଛରେ ରହିଛି। ଜୁନ୍ ସୁଦ୍ଧା ରାଜ୍ୟର ଟେଲି ସାନ୍ଧ୍ରତା ହାର ହେଉଛି ୭୬.୩୦ ପ୍ରତିଶତ। ଅର୍ଥାତ ପ୍ରତି ୧୦୦ ଜଣରୁ ୭୬ ଜଣଙ୍କ ପାଖରେ ରାଜ୍ୟରେ ମୋବାଇଲ୍‌ ସଂଯୋଗ ରହିଛି। ଏହି ତାଲିକାରେ ଓଡ଼ିଶା ତଳ ଆଡ଼ୁ ପଞ୍ଚମ ସ୍ଥାନରେ ରହିଛି। କେବଳ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆସାମର ପ୍ରଦର୍ଶନ ଓଡ଼ିଶାଠାରୁ ଖରାପ ରହିଛି। ଟେଲି ସାନ୍ଧ୍ରତାର ଜାତୀୟ ହାର ୮୪.୪୩ ପ୍ରତିଶତ ଥିବା ବେଳେ ଓଡ଼ିଶା ଏକ୍ଷେତ୍ରରେ ପଛୁଆ ରହିଛି। ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ହିମାଚଳପ୍ରଦେଶ, କେରଳ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ୍‌ ସଂଯୋଗ ଅଧିକ ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.