ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କ୍ରୀଡ଼ା: ଆଗକୁ ବଢ଼ିବ ଓଡ଼ିଶା

କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଚାହୁଁଥିବା କ୍ରୀଡ଼ାପ୍ରେମୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।

Jun 6, 2023 - 06:51
 0  362
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କ୍ରୀଡ଼ା: ଆଗକୁ ବଢ଼ିବ ଓଡ଼ିଶା

ଭୁବନେଶ୍ୱର: କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଚାହୁଁଥିବା କ୍ରୀଡ଼ାପ୍ରେମୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିର ଅନ୍ୟତମ ପ୍ରମୁଖ ପ୍ରୋତ୍ସାହକ ଓ ପୃଷ୍ଠପୋଷକ ଭାବେ ଉଭା ହେବା ସହ ବହୁ ଲୋକପ୍ରିୟ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ଭାରତରେ କ୍ରୀଡ଼ା ବିକାଶରେ ଓଡ଼ିଶାର ଆଉ ଏକ ସୋପାନ ଯୋଡ଼ିବ। ଯୋଜନା ଅନୁଯାୟୀ, ବିଦ୍ୟାଳୟ ପାଠ୍ୟକ୍ରମରେ ଏକ ବିଷୟ ଭାବରେ କ୍ରୀଡ଼ା ବାଧ୍ୟତାମୂଳକ ହେବ ଏବଂ ଛାତ୍ରଛାତ୍ରୀଙ୍କ ଚାହିଦା ଓ ଆଗ୍ରହ ଅନୁଯାଇ ଗୁରୁତ୍ଵ ପ୍ରଦାନ କରାଯିବା। ସମଗ୍ର ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର 5T ଅଧୀନରେ ପରିବର୍ତ୍ତନମୂଳକ ପଦକ୍ଷେପ ନେଇଛନ୍ତି। କେବଳ ଆମ ରାଜ୍ୟରେ କ୍ରୀଡ଼ା ବଜେଟ୍ ଅନେକ ଗୁଣ ବୃଦ୍ଧି ପାଇଛି। ଏବଂ ବର୍ତ୍ତମାନ ଏହା ୧୩୦୦ କୋଟି ଟଙ୍କାଛୁଇଁଛି, ଯାହାକି ଭାରତର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ସର୍ବାଧିକ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। କ୍ରୀଡ଼ା ସଚିବ ଆର୍ ଭିନୀଲ କ୍ରିଷ୍ଣା କହିଛନ୍ତି ଯେ, ଓଡ଼ିଶାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ତୃଣମୂଳ ସ୍ତରୀୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସ୍କୁଲସ୍ତରରେ ସାମିଲ କରିବା ଭଳି ବିଭିନ୍ନ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ୨୫୦ଟି ବିଦ୍ୟାଳୟର ପ୍ରାୟ ଦେଢ଼ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ। ଆସନ୍ତା ଶିକ୍ଷାବର୍ଷରୁ କ୍ରୀଡ଼ା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ। ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରି ଆମ ରାଜ୍ୟ ବିଶ୍ୱରେ ଏକ ହକି ହବରେ ପରିଣତ ହୋଇଛି। ଭୁବନେଶ୍ୱର ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ଉଭା ହୋଇପାରିଛି। ଏହାର ମହତ୍ୱାକାଂକ୍ଷୀ ଯୋଜନା ଅଧୀନରେ ଓଡ଼ିଶା ବିଭିନ୍ନ ସହରରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିଛି। ବିଭିନ୍ନ ସ୍ଥାନରେ ୬ଟି ଫିଫା ଷ୍ଟାଣ୍ଡାର୍ଡ ପଡ଼ିଆ ବିକଶିତ କରାଯାଇଛି। ନିକଟରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ୩ଟି ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ ଘାଟନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow