ଇଂଲଣ୍ଡ, ନେଦରଲାଣ୍ଡ୍ସ ସହ ୱାର୍ମ ଅପ୍‌ ଖେଳିବ ଭାରତ

India will play warm-up matches with England and Netherlands

Aug 24, 2023 - 12:06
 0  3
ଇଂଲଣ୍ଡ, ନେଦରଲାଣ୍ଡ୍ସ ସହ ୱାର୍ମ ଅପ୍‌ ଖେଳିବ ଭାରତ

ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଆୟୋଜକ ଭାରତ ଦୁଇଟି ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିବ। ଗତଥରର ବିଜେତା ଇଂଲଣ୍ଡ ସହିତ ସେପ୍ଟେମ୍ବର ୩୦ ତାରିଖରେ ଗୁଆହାଟୀର ବାରସପରା ଷ୍ଟାଡିୟମ୍‌ରେ ପ୍ରଥମ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିବା ପରେ ଅକ୍ଟୋବର ୩ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରେ ଥିରୁଅନନ୍ତପୁରମ୍‌ରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ। ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ମୋଟ ତିନିଟି ସ୍ଥାନରେ ୱାର୍ମ ଅପ୍‌ ମ୍ୟାଚ୍‌‌ ଖେଳାଯିବାକୁ ନିର୍ଧାରଣ କରାଯାଇଛି। ଉକ୍ତ ଦୁଇ ଷ୍ଟାଡିୟମ୍‌ ବ୍ୟତୀତ ହାଇଦ୍ରାବାଦ ଅନ୍ୟତମ ଭେନ୍ୟୁ ରହିଛି। ସେପ୍ଟେମ୍ବର ୨୯ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା (ଗୁଆହାଟୀ), ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ (ଥିରୁଅନନ୍ତପୁରମ୍‌), ନ୍ୟୁଜିଲାଣ୍ଡ-ପାକିସ୍ତାନ (ହାଇଦ୍ରାବାଦ), ସେପ୍ଟେମ୍ବର ୩୦ ତାରିଖରେ ଭାରତ-ଇଂଲଣ୍ଡ (ଗୁଆହାଟୀ), ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ (ଥିରୁଅନନ୍ତପୁରମ୍‌), ଅକ୍ଟୋବର ୨ ତାରିଖରେ ଇଂଲଣ୍ଡ-ବାଂଲାଦେଶ (ଗୁଆହାଟୀ), ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା (ଥିରୁଅନନ୍ତପୁରମ୍‌), ଅକ୍ଟୋବର ୩ ତାରିଖରେ ଭାରତ-ନେଦରଲାଣ୍ଡ୍ସ (ଥିରୁଅନନ୍ତପୁରମ୍‌), ଆଫଗାନିସ୍ତାନ-ଶ୍ରୀଲଙ୍କା (ଗୁଆହାଟୀ), ପାକିସ୍ତାନ-ଅଷ୍ଟ୍ରେଲିଆ (ହାଇଦ୍ରାବାଦ) ମଧ୍ୟରେ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ଅପରାହ୍ନ ୨ଟାରେ ଆରମ୍ଭ ହେବ ବୋଲି ଆଇସିସି ଘୋଷଣା କରିଛି।

ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକଆ ବିଶ୍ବକପ୍‌ ପାଇଁ ‘ବୁକ୍‌ ମାଇଁ ସୋ’କୁ ଅଫିସିଆଲ୍‌ ଟିକେଟିଂ ପ୍ଲାଟଫର୍ମ ଘୋଷଣା କରାଯାଇଛି। ଏହାର ୱେବସାଇଟ୍‌ କିମ୍ବା ଆପ୍ଲିକେସନ୍‌ରେ ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍‌ ବୁକିଂ କରାଯାଇପାରିବ। ପୂର୍ବରୁ ଟିକେଟ୍‌ଗୁଡ଼ିକୁ ୭ଟି ପର୍ଯ୍ୟାୟରେ ବିକ୍ରି କରାଯିବାକୁ ବିସିସିଆଇ ଘୋଷଣା କରିଥିଲା। ଅଣ ଭାରତୀୟ ମ୍ୟାଚ୍‌ଗୁଡ଼ିକ ପାଇଁ ଶୁକ୍ରବାରଠୁ ଟିକେଟ୍‌ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ୩୦ ତାରିଖରେ ଭାରତୀୟ ଦଳର ୱାର୍ମ ଅପ୍‌ ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍‌ ବିକ୍ରି ହେବ। ସେପ୍ଟେମ୍ବର ୧୫ ତାରିଖରେ ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଟିକେଟ୍‌ ବିକ୍ରି ହେବ। ଟିକେଟ୍‌ ବୁକିଂ କରିବା ପରେ ଦର୍ଶକମାନଙ୍କୁ କୋରିଅର୍‌ରେ କିମ୍ବା ଷ୍ଟାଡିୟମ୍‌ରୁ ଟିକେଟ୍‌ ସଂଗ୍ରହ ପାଇଁ ବିକଳ୍ପ ଦିଆଯିବ। ଯେଉଁମାନେ କୋରିଅର ବିକଳ୍ପ ବାଛିବେ ସେମାନଙ୍କୁ ଅଧିକ ୧୪୦ ଟଙ୍କା ଦେବାକୁ ହେବ। କୋରିଅର ସୁବିଧା କେବଳ ଭାରତ ମଧ୍ୟରେ ସୀମିତ ରହିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.