ଜାମିନ ପରେ ବି ଜେଲରେ ରହିବେ ଅର୍ଚ୍ଚନା

Aug 2, 2023 - 16:19
 0  3
ଜାମିନ ପରେ ବି ଜେଲରେ ରହିବେ ଅର୍ଚ୍ଚନା

ବହୁ ଚର୍ଚ୍ଚିତ ଳେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍। ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି। ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି। ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖାଯାଇଛି। ଅପରପକ୍ଷରେ ଇଡି ମାମଲାରେ ଜାମିନ ମିଳି ନ ଥିବାରୁ ଏବେ ବି ଜେଲରେ ରହିବେ ଅର୍ଚ୍ଚନା। ପୂର୍ବରୁ ଏପ୍ରିଲ ମାସରେ ଅକ୍ଷୟ ପରିଜା ବ୍ଲାକମେଲ କେସରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ଭୁବନେଶ୍ବରସ୍ଥିତ ଦୌରା ଅଦାଲତରେ ଜାମିନ ଖାରଜ ହେବାପରେ ଅର୍ଚ୍ଚନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅର୍ଚ୍ଚନା ନାଗ ଘଟଣାରେ ନିଜକୁ ପୀଡ଼ିତା ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ତଦନ୍ତ କରି ଏହି ମାମଲ‌ାରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିସାରିଛି। ଏହି ମାମଲାରେ ଜଗବନ୍ଧୁଙ୍କୁ ହାଇକୋର୍ଟ ମାର୍ଚ୍ଚ ୧୫ରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.