ରୋଟାରୀ କ୍ଲବ ପକ୍ଷରୁ  ନିଳାଦ୍ରୀ ର ୪ର୍ଥ ଅଧିଷ୍ଠାନ ଦିବସ  ପାଳିତ

Sep 13, 2023 - 13:58
Sep 13, 2023 - 14:39
 0  25
ରୋଟାରୀ କ୍ଲବ ପକ୍ଷରୁ  ନିଳାଦ୍ରୀ ର ୪ର୍ଥ ଅଧିଷ୍ଠାନ ଦିବସ  ପାଳିତ
ରୋଟାରୀ କ୍ଲବ ପକ୍ଷରୁ  ନିଳାଦ୍ରୀ ର ୪ର୍ଥ ଅଧିଷ୍ଠାନ ଦିବସ  ପାଳିତ

ରୋଟାରୀ କ୍ଳବ୍ ଭୁବନେଶ୍ବର ନିଳାଦ୍ରୀ ର ୪ର୍ଥ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି। ୨୦୨୦-୨୧ ବର୍ଷରେ ସ୍ଥାପିତ ହୋଇ ଏହି କ୍ଲବ ସମାଜ ପାଇଁ ସ୍ବାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ପରିବେଶ ପାଇଁ ବହୁତ ଜନ ହିତକର କାର୍ଯ୍ୟ କରି ଆସୁଅଛି। ଏହି ବର୍ଷ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ଲବ ହାତକୁ ନେଇଛି। ହାତ ଗୋଡ ନଥିବା ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଙ୍କୁ ଏକ ଦୋକାନ ଘର ପାଇଁ ଏକ ପ୍ରକଳ୍ପ ଯୋଗାଇ ଦିଆ ଯିବାର କାର୍ଯ୍ୟ କ୍ରମ ରହିଛି। ଏହା ବର୍ଷକୁ ୧୦ ଟି ଗାୟତ୍ରୀ ଦେବୀ ଗ୍ରୁପ ଓ ରୋଟାରୀ କ୍ଳବ୍ ନୀଳାଦ୍ରି ମିଳିତ ସହଯୋଗରେ ଓଡ଼ିଶା ର ବିଭିନ୍ନ ସ୍ଥାନରେ ଉପଯୁକ୍ତ ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯିବ। ଏତତ୍ ଦ୍ୱାରା ବ୍ୟକ୍ତି ବିଶେଷ ତାଙ୍କ ଜିବିକାରେ ଉନ୍ନତି କରି ପାରିବେ, ଏହି ଅଧିଷ୍ଠାନ ଦିବସରେ ଏହି ପ୍ରୋଜେକ୍ଟ କୁ ଉଦଘାଟନ କରାଯାଇଛି। ଗାୟତ୍ରୀ ଦେବୀ ଗ୍ରୁପ ଦ୍ୱାରା ଏହାକୁ ପ୍ରସ୍ତୁତି କରାଯାଇ ରୋଟାରୀ କ୍ଳବ୍ ମାଧ୍ୟମରେ ଏହା ଲୋକ ଙ୍କୁ ପାଖରେ ପାଂହାଞ୍ଚାଇ ଦେବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅଧିଷ୍ଠାନ ଦିବସ ରେ ପୂର୍ବତନ ସଭାପତି ପୁଣ୍ୟସ୍ଲୋକ ମହାନ୍ତି ଏହି ବର୍ଷ ର ସଭାପତି ଡାକ୍ତର ସଞ୍ଜୟ ମିଶ୍ର ଙ୍କୁ ଦାୟିତ୍ଵ ହସ୍ତାନ୍ତର କରି ତାଙ୍କ ବର୍ଷର ସଫଳତା ଉପରେ ଆଲୋକପାତ କରିଛନ୍ତି, ସଫଳତମ ରୋଟରିଆନ ମାନଙ୍କୁ ପୁରସ୍କୃତ କରାଯାଇଛି, ସମସ୍ତ ନୂତନ ସଭ୍ୟ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି, ଗତ ବର୍ଷ ୨୦୨୨-୨୩ ବର୍ଷରେ ରୋଟାରୀ କ୍ଳବ୍ ରକ୍ତଦାନ ଶିବିର ବୃକ୍ଷ ରୋପଣ ଏକ ବୃଦ୍ଧଶ୍ରମ କୁ ହାତକୁ ନେଇ କିଛି ଦାନ ଉତ୍ସବ, ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆଦି କାର୍ଯ୍ୟ କରି ଅଛି। ସ୍ବାସ୍ଥ୍ୟ ସେବା ଶିବିର ଓ ରକ୍ତ ଦାନ ଶିବିର ମଧ୍ୟ ୧୫ ଟି ଆୟୋଦିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓକେଶିଲ ର ମୁଖ୍ୟ ଡ଼. ମନୋରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ, ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ଅଜୟ ଅଗ୍ରୱାଲ ଉପସ୍ଥିତ ରହି ସମସ୍ତ ନୂତନ ସଭ୍ୟ, ଏହି ବର୍ଷ ର କାର୍ଯ୍ୟକାରୀ ସଭ୍ୟ ମାନଙ୍କୁ ରୋଟାରୀ ପିନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଲଥାରଭିଦାନ ସହ ପ୍ରନ୍ତିପାଳ ଭାବରେ ଯୋଗ ଦେଇଥିଲେ। ରୋଟରିଆନ୍ ଅନିଲ ସାମଲ, ଅଶୋକ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦକ ଅଭିଷେକ ମିତ୍ର ତାଙ୍କର ଏହି ବର୍ଷ ୨୦୨୩-୨୪ ର ଯୋଜନା ଉପରେ ଆଲୋକପତ କରିଥିଲେ। ରୋଟାରୀ ନିଳାଦ୍ରୀ ର ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ଗାୟତ୍ରୀ ଦେବୀ ଗ୍ରୁପ ର ମୁଖ୍ୟ ସ୍ମୃତି ରଞ୍ଜନ ବିଶ୍ଵାଳ ଏବଂ ନିରୁପମା ବିଶ୍ଵାଳ ଏହି ପ୍ରକଳ୍ପ କୁ ଗାୟତ୍ରୀ ଦେବୀ ଗ୍ରୁପ ମାଧ୍ୟମରେ ରୋଟାରୀ କ୍ଳବ୍ ନୀଳାଦ୍ରି ର ସହାୟତା ରେ ଦିବ୍ୟାଙ୍ଗ ଙ୍କ ଜୀବିକା ଏବଂ ପରିବାର ର ଉନ୍ନତି ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ରୋଟାରୀ କ୍ଲବ ନୀଳାଦ୍ରି ସମାଜ କୁ ସେବା ମାଧ୍ୟମରେ ଉଲ୍ଲେଖନୀୟ ଅବଦାନ ପାଇଁ ସଭାପତି ପୁନ୍ୟଶ୍ଲୋକ ମହାନ୍ତି ଙ୍କ ନେତୃତ୍ବରେ ଏକ ସଫଳତମ ରୋଟାରୀ କ୍ଲବ ଭାବରେ ଗୋଲ୍ଡ କ୍ଲବ ଭାବରେ ରୋଟାରୀ ଜିଲ୍ଲା ୩୨-୬୨ଭାବରେ ପୁରସ୍କୃତ ହୋଇଅଛି। ଏହାର ସମସ୍ତ ଶ୍ରେୟ ସଭାପତି ପୁଣ୍ୟସ୍ଲୋକ ସମସ୍ତ ସଭ୍ୟ ମାନଙ୍କୁ ଦେଇଛନ୍ତି ଏବଂ ଚଳିତ ବର୍ଷ ର ସଫଳତା ପାଇଁ ସଭାପତି ଡ଼. ସଞ୍ଜୟ ମିଶ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.