ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

Sep 13, 2023 - 16:11
 0  17
ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ଓଡିଶାର କୌଣସି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ। ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ୨୦୨୪ ମେ' ୫ରୁ ଜୁନ୍ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ତେଣୁ ଏଥିରୁ ସ୍ପଷ୍ଟ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନହେବା ସ୍ପଷ୍ଟ ହୋଇଛି। ଛାତ୍ର ସଂସଦ ନିର୍ବାଚନ କରାଇବାକୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ଦାବି କରି ଆସୁଛନ୍ତି। 
ସୂଚନା ମୁତାବକ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ କରିବା ଉପରେ ଆମେ ଆଦୌ ଚିନ୍ତା କରିନାହୁଁ। କରୋନା ସଂକ୍ରମଣ ଯୋଗୁଁ ଦୁଇଟି ଶିକ୍ଷାବର୍ଷ ପ୍ରଭାବିତ ହୋଇଥିଲା। ଅଢ଼େଇ ବର୍ଷ ହେଲା କ୍ଲାସ କିମ୍ବା ଶିକ୍ଷାବର୍ଷ ସ୍ବାଭାବିକ ଭାବେ ଚାଲି ପାରୁନାହିଁ। ଏ ପର୍ଯ୍ୟନ୍ତ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ସେମିଷ୍ଟର୍‌ ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟରେ ବି ସରୁନି। କ୍ଲାସରୁମ୍‌ ପାଠପଢ଼ା ହେଉଥିଲେ ମଧ୍ୟ ଏବେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବାରୁ ପିଲାଙ୍କ ମଧ୍ୟରେ ସାମାନ୍ୟ ଭୟ ଦେଖିବାକୁ ମିଳୁଛି। କ‌ରୋନା ସ୍ଥିତିରେ ଯେଉଁ ପାଠପଢ଼ା ପ୍ରଭାବିତ ହୋଇଥିଲା ସେଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ଲାଗି ଆହୁରି ଦେଢ଼ ବର୍ଷ ଲାଗିଯିବ। ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ। ଏହାକୁ ମିଶାଇ ଲଗାତାର ୫ମ ବର୍ଷ ଲାଗି କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବାକୁ ଯାଉଛି। ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା। ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା। ୨୦୨୧ରେ କରୋନା ସ୍ଥିତି ଲାଗିରହିବାରୁ ନିର୍ବାଚନ କରାଯାଇ ନ ଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.