ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

Jun 19, 2023 - 11:55
 0  549
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

ଯାଜପୁର:  ଓଡିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଗ୍ରହଣ କରାଯାଇଛି । ଏହି ମର୍ମରେ ଯାଜପୁର ଜିଲ୍ଲାର ବରୀ ଠାରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହାକୁ ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଅନାବରଣ କରିଛନ୍ତି । ବିଦଗ୍ଧ କବିଙ୍କ କାବ୍ୟ ସୃଷ୍ଟି ଓଡିଶାର ପୁରପଲ୍ଲୀରେ ପରିଚିତ । 'ବିଦଗ୍ଧ ଚିନ୍ତାମଣି'ର ପ୍ରତ୍ୟେକଟି ପଂକ୍ତିରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅବ୍ୟକ୍ତ ପ୍ରେମଲୀଳା ଭରି ରହିଛି । ତାଙ୍କର କାବ୍ୟସମ୍ଭାର ଭାବ ଓ ରସପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।  

  ରାଜ୍ୟରେ ବିଭିନ୍ନ ସାରସ୍ବତ ସାଧକ ତଥା ଅନ୍ୟାନ୍ୟ ବରପୁତ୍ର ମାନଙ୍କ ଜନ୍ମ ଓ ଶ୍ରାଦ୍ଧ ଜୟନ୍ତୀରେ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଉଛି ।  ସମଗ୍ର ରାଜ୍ୟରେ  ବରପୁତ୍ର ମାନଙ୍କ ୧୭୬ଟି ପୂର୍ଣ୍ଣାବୟାବ ଏବଂ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅଦ୍ୟାବଧି ଉନ୍ମୋଚିତ  ହୋଇ ସାରିଛି । 

 ଏହି ଅବସରରେ  ମାନ୍ୟବର ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ଓଡିଆ ଭାଷା, ସାହିତ୍ୟ ଓ ସସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ପତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଶ୍ରୀ ଅଶ୍ବିନୀ ଶତପଥି, ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ବରୀ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow