୨୬୯ ଅଧିକାରୀଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Jun 19, 2023 - 01:55
Jun 20, 2023 - 01:56
 0  590
୨୬୯ ଅଧିକାରୀଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

୨୬୯ ଅଧିକାରୀଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୬୯ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅଧିକାରୀମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଓ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଥିବା ୧୬୦ ଓଡିଶା ଶିକ୍ଷା ସେବା ଅଧିକାରୀ, ୯୦ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ୧୯ ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସାଢେ ଚାରି କୋଟି ଓଡିଆଙ୍କ ସ୍ୱପ୍ନ ପୂରଣ ପାଇଁ ସରକାରଙ୍କ ନିରନ୍ତର ଉଦ୍ୟମରତ ସରକାରଙ୍କ ବହୁ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ଶହେ ବର୍ଷ ପୂର୍ତ୍ତି ବା ୨୦୩୬ ବେଳକୁ ରାଜ୍ୟକୁ ସମସ୍ତ କ୍ଷେତ୍ରରେ ଅଗ୍ରଣୀ କରାଇବା ଅଭିଯାନରେ ସାମିଲ ହେବାକୁ ସେ ନବନିଯୁକ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow