ସରିଲା ପହଣ୍ଡି: ରଥାରୂଢ଼ ହେଲେ ଚତୁର୍ଦ୍ଧା ବିଗ୍ରହ

Jun 28, 2023 - 11:48
 0  7
ସରିଲା ପହଣ୍ଡି: ରଥାରୂଢ଼ ହେଲେ ଚତୁର୍ଦ୍ଧା ବିଗ୍ରହ

ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ କାଳିଆ ଠାକୁର। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହିବା ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ବଡ଼ ଠାକୁର ଓ ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ। ଧାଡ଼ି ପହଣ୍ଡିରେ ଶରଧାବାଲିରେ ଗହଳି ଲଗେଇ ରଥରେ ବିଜେ କରିଛନ୍ତି ଦାରୁବ୍ରହ୍ମ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.