୭ଟି ଉପଗ୍ରହ ମହାକାଶକୁ ଛାଡ଼ିବ ଭାରତ

Jul 25, 2023 - 13:57
 0  3
୭ଟି ଉପଗ୍ରହ ମହାକାଶକୁ ଛାଡ଼ିବ ଭାରତ
୭ଟି ଉପଗ୍ରହ ମହାକାଶକୁ ଛାଡ଼ିବ ଭାରତ
୭ଟି ଉପଗ୍ରହ ମହାକାଶକୁ ଛାଡ଼ିବ ଭାରତ

୭ଟି ଉପଗ୍ରହ ମହାକାଶକୁ ଛାଡ଼ିବ ଭାରତ। ଇସ୍ରୋ ଦ୍ବାରା ଜୁଲାଇ ୩୦ ସକାଳ ସାଢ଼େ ୬ଟାରେ ଡିଏସ୍‌-ଏସ୍‌ଏଆର୍ ସାଟେଲାଇଟ୍ ସମେତ ସିଙ୍ଗାପୁରର ୭ଟି କୃତ୍ରିମ ଉପଗ୍ରହକୁ ପିଏସ୍‌ଏଲ୍‌ଭି-ସି୫୬ ଦ୍ବାରା ମହାକାଶକୁ ଛଡ଼ାଯିବ। ଡିଏସ୍‌-ଏସ୍‌ଏଆର୍ ଉପଗ୍ରହଟିକୁ ସିଙ୍ଗାପୁରର ପ୍ରତିରକ୍ଷା ବିଜ୍ଞାନ ଓ ପ୍ରଯୁକ୍ତି ସଂସ୍ଥା (ଡିଏସ୍‌ଟିଏ) ଓ ଏସ୍‌ଟି ଇଂଜିନିୟରିଂର ସହଯୋଗରେ ନିର୍ମାଣ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ସିଙ୍ଗାପୁର ସରକାରଙ୍କ ସାଟେଲାଇଟ୍ ଇମେଜରୀ ଆବଶ୍ୟକତା ପୂରଣ କରିବ।

ଏସ୍‌ଟି ଇଂଜିନିୟରିଂ ଏହାକୁ ବହୁମୁଖୀ ତଥା ଉଚ୍ଚତର ସମ୍ବେଦୀ ଛବି ଉତ୍ତୋଳନ ଓ ବାଣିଜ୍ୟିକ ଗ୍ରାହକଙ୍କ ନିମନ୍ତେ ଜିଓସ୍ପାଟିଆଲ ସେବା ପାଇଁ ବ୍ୟବହାର କରିବ। ଡିଏସ୍-ଏସ୍‌ଏଆର୍‌ରେ ଏକ ସିନ୍ଥେଟିକ୍ ଆପର୍ଚର ରାଡାର (ଏସ୍‌ଏଆର୍) ପେଲୋଡ୍ ରହିଛି, ଯାହାକୁ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ (ଆଇଏଆଇ) ତିଆରି କରିଛି। ଡିଏସ୍‌-ଏସ୍‌ଏଆର୍ ଦିବାରାତ୍ର ସବୁ ସମୟରେ ତଥା ସବୁ ଋତୁରେ ପୂର୍ଣ୍ଣ ରିଜଲ୍ୟୁସନ ସହ ଛବି ଉତ୍ତୋଳନ କରିବା ପାଇଁ ସକ୍ଷମ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.