୨୪ ଘଣ୍ଟା  ପାଇଁ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ 

Jul 13, 2023 - 08:16
Jul 14, 2023 - 08:16
 0  7
୨୪ ଘଣ୍ଟା  ପାଇଁ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ 
୨୪ ଘଣ୍ଟା  ପାଇଁ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ 

୨୪ ଘଣ୍ଟା  ପାଇଁ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ 
ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଜୈସଲମେରରୁ ବାହାରି ଦିଲ୍ଲୀ, ଲକ୍ଷ୍ନୌ, ମୁଜ଼ାଫରପୁର ଏବଂ ପଶ୍ଚିମବଙ୍ଗର ବାଲୁରଘାଟରୁ ଉତ୍ତର-ପୂର୍ବ-ଦିଗରେ ଆସାମ ମଧ୍ୟଦେଇ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି । ସେପଟେ ବଙ୍ଗୋପସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଜୁଲାଇ ୧୪, ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲାରେ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୩ଟି ଜିଲ୍ଲା- ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢ଼େଙ୍ଗାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, ଗ୍ୟଜାମ ଓ ଗଜପତିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

What's Your Reaction?

like

dislike

love

funny

angry

sad

wow