ଦୁଇ ବସ ମୁହାଁମୁହିଁ : ୧୫ରୁ ଅଧିକ ଆହତ

Jul 5, 2023 - 14:03
 0  10
ଦୁଇ ବସ ମୁହାଁମୁହିଁ :  ୧୫ରୁ ଅଧିକ ଆହତ

ବାଲେଶ୍ୱର ତାମୁଳିଆ ଓଭର ବ୍ରିଜରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଛନ୍ତି। ବାରିପଦାରୁ ଆସୁଥିବା ଅଜୟ ବସର ଡ୍ରାଇଭର ଗୁରୁତର ଥିବା ଜଣାପଡିଛି। ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।
ଓଭରବ୍ରିଜରେ ଅନେକ ଟର୍ଣ୍ଣିଂ ରହିଛି। ଯାହା ଗାଡି ଚାଳକଙ୍କୁ ଅପରପଟୁ କିଏ ଆସୁଛି ଜଣାପଡୁନି। ତେଣୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଜାମ ହୋଇଯାଇଥିଲା। ତେବେ ପୋଲିସ ଆସି ପହଂଚିବା ପରେ ଭିଡ ଏଡାଇଛି। ରାସ୍ତାରୁ ଦୁର୍ଘଟଣା ଗ୍ରସ୍ତ ବସକୁ ହଟାଯାଇଛି। ସୂଚନା ମୁତାବକ ଯାତ୍ରୀବାହୀ ବସ୍‌ ‘ମନିସା’ ଯାତ୍ରୀମାନଙ୍କୁ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଯାତ୍ରୀବାହୀ ବସ୍‌ ‘ସାଇ ଅରବିନ୍ଦ’ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁର୍ଘଟଣାରେ ‘ମନିସା’ ବସ୍‌ର ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.