ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ

Aug 27, 2023 - 22:33
 0  12
ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ
ଜୟନ୍ତ ମହାପାତ୍ରଜଗନ୍ନାଥଙ୍କ ଏକ ବିଶେଷ ମୁହୂର୍ତ୍ତ

ଭୁବନେଶ୍ୱର, ଅଗଷ୍ଟ ୨୭: ପ୍ରଖ୍ୟାତ କବି ପଦ୍ମଶ୍ରୀ ଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଶ୍ରୀ ମହାପାତ୍ର ଜଣେ ଉଚ୍ଚକୋଟିର କବି ଥିଲେ ଏବଂ ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହେଲା ବୋଲି ଶ୍ରୀ ପାତ୍ର ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । 

ଇଂରାଜୀ ସାହିତ୍ୟରେ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଯଶଶ୍ୱୀ କବି ଜୟନ୍ତ ମହାପାତ୍ର ଲାଭ କରିଥିଲେ ଏବଂ ଏକାଡେମୀର ପ୍ରଥମ ଫେଲୋ ମଧ୍ୟଥିଲେ। ସେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ଜୟନ୍ତ ମହାପାତ୍ର ଏଇ ଅଳ୍ପ ଦିନ ତଳେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ।

What's Your Reaction?

like

dislike

love

funny

angry

sad

wow