ମହିଳା, ଶିଶୁ ଅପରାଧିକଦିଗ ତଦନ୍ତରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର: ପୁଲିସ୍ ମୁଖ୍ୟାଳୟରେ କର୍ମଶାଳା

Aug 27, 2023 - 20:40
 0  3
ମହିଳା, ଶିଶୁ ଅପରାଧିକଦିଗ ତଦନ୍ତରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର: ପୁଲିସ୍ ମୁଖ୍ୟାଳୟରେ କର୍ମଶାଳା

ଭୁବନେଶ୍ୱର, ଅଗଷ୍ଟ ୨୭: ଭୁବନେଶ୍ୱରସ୍ଥିତ ପୋଲିସ ଭବନ, ଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। "ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା" ଏବଂ "ୟୁନିସେଫ"ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଉଦ୍ ଘାଟନ କରିଥିଲେ।

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଯୌନ ଉତ୍ପୀଡନ ମାମଲା ଗୁଡ଼ିକ ଅତ୍ୟନ୍ତ ସମ୍ବଦନଶୀଳ। ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ତଦନ୍ତ ନିର୍ଭୁଲ ଏବଂ ନିରପେକ୍ଷ ହେବା ଉଚିତ୍। ତଦନ୍ତରେ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି DGP ବଂସଲ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲାଗୁଡ଼ିକର ସମାଧାନ ପାଇଁ ଏହି ତାଲିମ୍ ପୋଲିସ ଥାନାରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ଅପରାଧ ତଦନ୍ତରେ ସହାୟତା କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ରେ 150 ଥାନାର ଆଇଆଇସି ଏବଂ ଏସଡିପିଓ ରାଙ୍କର ଅଧିକାରୀମାନେ ଯୋଗ ଦେବେ। ପ୍ରତିଦିନ ୫୦ ଜଣ ଅଧିକାରୀ ଏହି ପ୍ରଶିକ୍ଷଣ ନେବେ | 

ଏହି କର୍ମଶାଳାରେ କେଶବ କୁମାର, ଅବସରପ୍ରାପ୍ତ ପୂର୍ବତନ ଡିଜିପି ଗୁଜରାଟ ଏବଂ ହେମନ୍ଥ୍ ସାଇ ରେଡ୍ଡୀ, ସିନିୟର୍ ଭିଜିଲାନ୍ସ ମ୍ୟାନେଜର Resource persons ଭାବେ ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ଫୋରେନସିକ୍ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ତାଲିମ୍ ପ୍ରଦାନ କରିବେ।  

ଏହି କାର୍ଯ୍ୟକ୍ରମରେ ସଫିନ୍ ଅହମଦ୍ କେ, ଆଇ.ଜି.ପି, କ୍ରାଇମବ୍ରାଞ୍ଚ ପୈରାହିତ୍ୟ କରିଥିଲେ । ଆର. କେ. ମିଶ୍ର, ଏସ୍ ପି, କ୍ରାଇମବ୍ରାଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ। ମାନ୍ନା ବିଶ୍ୱାସ, ( ସଦସ୍ୟ, ୟୁନିସେଫ୍, ଓଡିଶା) ପ୍ରମୁଖ ଉପସ୍ଥିତ ରହି ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ। CAW & CW ର DSP ଇମାନ କଲ୍ୟାଣ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

What's Your Reaction?

like

dislike

love

funny

angry

sad

wow