ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ

Jun 26, 2023 - 20:55
 0  11
ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ
ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ

ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ
ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ ହୋଇଛି । କଳା ବିଭାଗରେ ସମୁଦାୟ 25351 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 19770 ପାସ କରିଛନ୍ତି । 3534 ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । କଳା ବିଭାଗରେ ସମୁଦାୟ ପାସ ହାର 90.62 ପ୍ରତିଶତ ରହିଥିବା ବେଳେ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ସମୁଦାୟ 13,693 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 11,671 ପାସ କରିଛନ୍ତି । 1441 ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି । ବିଜ୍ଞାନରେ ସମୁଦାୟ ପାସ ହାର 95.26 ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ 4172 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 3185 ପାସ କରିଛନ୍ତି । 605 ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି । ବାଣିଜ୍ୟରେ ପାସ ହାର 89.29 ପ୍ରତିଶତ ରହିଛି ।

What's Your Reaction?

like

dislike

love

funny

angry

sad

wow