ଜାଞ୍ଜିବରରେ ଖୋଲିବ ଆଇଆଇଟି ମାଡ୍ରାସ କ୍ୟାମ୍ପସ

Jul 6, 2023 - 08:21
Jul 7, 2023 - 08:21
 0  6
ଜାଞ୍ଜିବରରେ ଖୋଲିବ ଆଇଆଇଟି ମାଡ୍ରାସ କ୍ୟାମ୍ପସ
ଜାଞ୍ଜିବରରେ ଖୋଲିବ ଆଇଆଇଟି ମାଡ୍ରାସ କ୍ୟାମ୍ପସ

ଜାଞ୍ଜିବରରେ ଖୋଲିବ ଆଇଆଇଟି ମାଡ୍ରାସ କ୍ୟାମ୍ପସ
ତାଞ୍ଜାନିଆର  ଜାଞ୍ଜିବର ଠାରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ସ୍ୱାକ୍ଷର ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଏବଂ ଜାଞ୍ଜିବର ରାଷ୍ଟ୍ରପତି ଡଃ ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ । ଆଇଆଇଟି ମାଡ୍ରାସ- ଜାଞ୍ଜିବର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଉଚ୍ଚ ଶିକ୍ଷାର ଆନ୍ତର୍ଜାତୀୟକରଣ ଦିଗରେ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି । ତାଞ୍ଜାନିଆର ଭାରତୀୟ ହାଇକମିଶନର ବିନୟ ଶ୍ରୀକାନ୍ତ ପ୍ରଧାନ, ଆଇଆଇଟି ମାଡ୍ରାସର ଡିନ(ଗ୍ଲୋବାଲ ମ୍ୟାନେମେଣ୍ଟ) ପ୍ରଫେସର ରଘୁନାଥନ ରେଙ୍ଗାସ୍ୱାମୀ, ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ବିଭାଗର କାର୍ଯ୍ୟକାରୀ ପ୍ରମୁଖ ସଚିବ ଖଲିଦ ମସୁଦ୍ ଓ୍ୱାଜିର୍ ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଓ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ।

What's Your Reaction?

like

dislike

love

funny

angry

sad

wow