ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି

Jul 14, 2023 - 08:21
Jul 15, 2023 - 08:21
 0  7
ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି
ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି

ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି
ଯୁକ୍ତ ୩ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଜାରି ଏହି ତାଲିକା ଜାରି ହୋଇଛି । ଚଳିତ ବର୍ଷ ବିଜେବି ସ୍ୱୟଂଶାସିତ କଲେଜ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପଛରେ ପକାଇ ଦେଇଛନ୍ତି ରାଜ୍ୟର ଅନ୍ୟ କଲେଜଗୁଡିକ । ବିଜ୍ଞାନରେ ସାମନ୍ତ ଚନ୍ଦ୍ର ଶେଖର ଅଟୋନୋମସ କଲେଜ (ଏସସିଏସ),ପୁରୀର କଟଅଫ ଶୀର୍ଷରେ ରହିଛି । ସେହିପରି କଳାରେ ବାଲେଶ୍ୱର, ଫକୀରମୋହନ ଓ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର(ଏମପିସି) ସ୍ୱୟଂଶାସିତ କଲେଜ ଆଗରେ ରହିଛନ୍ତି । ଏସସିଏସ କଲେଜ,ପୁରୀରେ ଉଦ୍ଭିଦ ବିଜ୍ଞାନରେ ସର୍ବାଧିକ କଟଅଫ ମାର୍କ ୯୫.୬୦ ପ୍ରତିଶତ ରହିଛି । ସେହିପରି ଏସସିଏସ କଲେଜରେ ରସାୟନ ବିଜ୍ଞାନରେ କଟଅଫ ମାର୍କ ୯୪.୫୦ ପ୍ରତିଶତ ଓ ଗଣିତ ପାଇଁ ୯୪ ପ୍ରତିଶତ ରହିଛି । ଏମପିସି କଲେଜ, ବାରିପଦାରେ ପ୍ରାଣୀ ବିଜ୍ଞାନରେ ୯୪ ପ୍ରତିଶତ କଟଅଫ ମାର୍କ ରହିଥିବା ବେଳେ ଏଫଏମ, ବାଲେଶ୍ୱର ଓ ଏମପିସି କଲେଜ, ବାରିପଦାରେ ରାଜନୀତି ବିଜ୍ଞାନରେ କଟଅଫ ମାର୍କ ୯୧.୮୩ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ(୮୬.୮୩ ପ୍ରତିଶତ), ବିଜେବି ଅଟୋନୋମସ କଲେଜ (୮୫.୮୩ ପ୍ରତିଶତ), ଜେକେବିକେ କଲେଜର କଟ ଅଫ ମାର୍କ ୮୧ ପ୍ରତିଶତ ରହିଛି ।

What's Your Reaction?

like

dislike

love

funny

angry

sad

wow