ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟିର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପ୍ରଦର୍ଶନ

Sep 12, 2023 - 14:07
 0  9
ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟିର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପ୍ରଦର୍ଶନ
ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟିର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପ୍ରଦର୍ଶନ
ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟିର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପ୍ରଦର୍ଶନ

ଭୁବନେଶ୍ୱର, ସେପ୍ଟେମ୍ବର ୧୨: ଗତକାଲି ପୂର୍ବାହ୍ନରେ ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଭ୍ୟମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପ୍ରଦର୍ଶନ କରିଥିଲେ I ଉକ୍ତ କମିଟିର ସଭ୍ୟ ଓ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶକ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଦିଲୀପ ରାଉତରାୟ, ସ୍ୱତନ୍ତ୍ର ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମଧୁସୂଦନ ଦାସ ଓ ଗ୍ରନ୍ଥାଗାରୀକ ମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା I 

ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ କିଶୋର ଚନ୍ଦ୍ର ନାୟକ, ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ଗ୍ରନ୍ଥାଗାର କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I 

ଉକ୍ତ ବୈଠକରେ ନିର୍ଦ୍ଦେଶକ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଦିଲୀପ ରାଉତରାୟ ଓଡିଶା ବିଧାନସଭା ଗ୍ରନ୍ଥାଗାର କମିଟି ସଂମୁଖରେ ରାଜ୍ୟ ଗ୍ରନ୍ଥାଗାରର କାର୍ଯ୍ୟ ପ୍ରଣାଳୀ ଓ କେମିତି ଏହାର ଭବିଷ୍ୟତ ଉନ୍ନତି ହେବ, ସେଥିପାଇଁ ବକ୍ତବ୍ୟ ରଖିଥିଲେ I  

ସ୍ୱତନ୍ତ୍ର ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉକ୍ତ ଆଲୋଚନାରେ ଭାଗ ନେଇ ସରକାରଙ୍କ ପାଠାଗାର ଉପରେ ଥିବା ଆଭିମୁଖ୍ୟକୁ ଆଲୋକପାତ କରିଥିଲେ I ଶେଷରେ ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଭ୍ୟମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପାଠକ ସେବା ବିଭାଗର ବିଭିନ୍ନ ଉପବିଭାଗକୁ ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କେତୋଟି ପ୍ରସ୍ତାବ ଦେଇଥିଲେ, ଯଥା: ଜିଲ୍ଲା ସ୍ତରରେ ଥିବା ପାଠାଗାରକୁ ଚାଲ ଚଂଚଳ କରିବା, ଜିଲ୍ଲା ସ୍ତରରେ ପୁସ୍ତକ ମେଳା ସରକାରୀ ସ୍ତରରେ ଆୟୋଜନ କରିବା ପାଇଁ ପଦକ୍ଷେପ ନେବା, ରାଜ୍ୟ ଗ୍ରନ୍ଥାଗାରରେ ଥିବା ଦୁର୍ମୁଲ୍ୟ ପୁସ୍ତକ ଗୁଡିକ ସମ୍ବନ୍ଧରେ ତଥ୍ୟ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଇବା ଏବଂ ରାଜ୍ୟଗ୍ରନ୍ଥାଗାରରେ ଗବେଷଣା କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ପ୍ରସ୍ତାବ ରଖିଥିଲେ I 

ଶେଷରେ କମିଟିର ଅଧ୍ୟକ୍ଷ ବିଧାୟକ ଦେବେଶ ଆଚାର୍ଯ୍ୟ ଶିବପ୍ରସାଦ ଦାସଙ୍କ ଦ୍ୱାରା ରଚିତ ସମ୍ବଲପୁର ଇତିହାସ ପୁସ୍ତକକୁ କ୍ରୟ କରିବା ପାଇଁ ଏବଂ ପାଠାଗାରର ପାଠକମାନଙ୍କ ପାଇଁ ଥିବା ଆସନ ସଂଖ୍ୟା ୪୭୦ ରୁ ୧୦୦୦ କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ I  

What's Your Reaction?

like

dislike

love

funny

angry

sad

wow