ହାଇସ୍କୁଲରେ ପଢାଯିବ କୋଡିଂ ଓ ଆଇଟି

Jul 14, 2023 - 08:19
Jul 15, 2023 - 08:20
 0  9
ହାଇସ୍କୁଲରେ ପଢାଯିବ କୋଡିଂ ଓ ଆଇଟି
ହାଇସ୍କୁଲରେ ପଢାଯିବ କୋଡିଂ ଓ ଆଇଟି

ହାଇସ୍କୁଲରେ ପଢାଯିବ କୋଡିଂ ଓ ଆଇଟି
ରାଜ୍ୟର ସବୁ ସରକାରୀ ଏବଂ ଅନୁଦାନପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ‘କୌଶଳୀ’ ସ୍କୁଲ କ୍ଲବ୍ ଜରିଆରେ ଆଇଟି ଓ କୋଡିଂ ପଢାଯିବ । ଏଥିପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଗୁରୁବାରଠାରୁ ତିନିଦିନ ଧରି ଭୁବନେଶ୍ୱରର ୩ଟି ହାଇସ୍କୁଲରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ(ମାଷ୍ଟର ଟ୍ରେନର)ଙ୍କୁ ତାଲିମ ଦିଆଯାଉଛି । ବ୍ଲକ୍ ସ୍ତରରୁ ୮୯ ବିଜ୍ଞାନ ଶିକ୍ଷକ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୋ ସ୍କୁଲ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛି । ସ୍କୁଲ କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏହି ପାଠ୍ୟକ୍ରମରେ ୪ଟି ସ୍କୁଲ କ୍ଲବ୍(କ୍ରୀଡ଼ାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା) ସାମିଲ ହେବ । ଏହାର ସଫଳ ପରିଚାଳନା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପୂର୍ବରୁ କ୍ରୀଡ଼ାଙ୍ଗନ କ୍ଲବ୍ ପ୍ରଶିକ୍ଷଣ ସରିଛି । ବର୍ତ୍ତମାନ କୌଶଳୀ କ୍ଲବର ପ୍ରଶିକ୍ଷଣ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ପ୍ରତି ବ୍ଲକରୁ ଜଣେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି ।

What's Your Reaction?

like

dislike

love

funny

angry

sad

wow