ସେପ୍ଟେମ୍ବର ପରେ ହେବ ନାଟମଣ୍ଡପ ମରାମତି

Aug 22, 2023 - 16:56
 0  3
ସେପ୍ଟେମ୍ବର ପରେ ହେବ ନାଟମଣ୍ଡପ ମରାମତି

ସେପ୍ଟେମ୍ବର ମାସ ପରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ହେବ। ଏନଇେ ଶ୍ରୀମନ୍ଦିର ASIର ଆର୍କିଓଲୋଜି ଅଧିକ୍ଷକ ଏହି ସୂଚନା ଦେଇଛନ୍ତି। ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ ପରେ ଏହି ନିସ୍ପତି ନିଆଯାଇଥିବା ଜଣାପଡିଛି। ASI କଞ୍ଜରଭେସନ ଡାଇରେକ୍ଟର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରିଛନ୍ତି।  ଅନୁଧ୍ୟାନ ପରେ ASIର ଆର୍କିଓଲୋଜି ଅଧିକ୍ଷକ କହିଛନ୍ତି, ନାଟମଣ୍ଡପ ବିମ୍ ର ଡାଇଗ୍ରାମ ପ୍ରସ୍ତୁତ କରି ତ୍ୱରିତ ମରାମତି କରାଯିବ। ସେପ୍ଟେମ୍ବର ମାସ ପରେ ନାଟମଣ୍ଡପ ମରାମତି କାମ ଆରମ୍ଭ ହେବ। ମନ୍ଦିରର ଭିତର ଗୁମୁଟର କ୍ଷତି ସ୍ଥାନକୁ ମଧ୍ୟ ମରାମତି କରାଯିବ । ସେହିପରି ଶ୍ରୀଜିଉଙ୍କୁ ଦର୍ଶନ ଲାଗି କାର୍ତ୍ତିକ ମାସ ପରେ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ନିର୍ମାଣ ହେବ । ଉତ୍ତର ଦ୍ୱାର ଠାରୁ ସିଧା ମନ୍ଦିର ଭିତରକୁ ରାମ୍ପ ନିର୍ମାଣ ହେବ ବୋଲି ASIର ଆର୍କିଓଲୋଜି ଅଧିକ୍ଷକ ସୂଚନା ଦେଇଛନ୍ତି। ସେପଟେ ଅବଢ଼ା ଯୋଜନାରେ ପୁରୀରେ କାର୍ଯ୍ୟକ୍ଷମ ହେଥିବା ଥିବା ବିଭିନ୍ନ ଯୋଜନାର ସମୀକ୍ଷା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ  ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟାର ଅଧିକାରୀ ଏବଂ ମ୍ୟାନେଜିଂ କମିଟି ସଦସ୍ୟ ମଧ୍ୟ  ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.