ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗ ପରେ ବଦଳିଲେ DIG

DIG replaced after allegations of harassment of home guards

Aug 22, 2023 - 18:06
 0  3
ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗ ପରେ ବଦଳିଲେ DIG

ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗରେ DIG ବ୍ରିଜେଶ କୁମାର ରାୟଙ୍କୁ ବଦଳି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା । ଏପରିକି ନିର୍ଯାତନାରେ ଅତିଷ୍ଠ ହୋଇ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଓ ଦୁଇଟି ଯାକ ଗୋଡ଼ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଉକ୍ତ ହୋମଗାର୍ଡ ଏବେ ଚିକିତ୍ସିତ ହେଉଛନ୍ତି।ଗତ ୧୩ ତାରିଖରେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ନିର୍ଯାତନା ସମ୍ପର୍କରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ହୋମଗାର୍ଡ ଅଭିଯୋଗ କରିଛନ୍ତି । ସେପଟେ ପ୍ରଥମେ ନିର୍ଯାତନା ଅଭିଯୋଗକୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ ଖଣ୍ଡନ କରିଥିଲେ । ତାଙ୍କର ପାରିବାରିକ ସମସ୍ୟା ଥିଲା, ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ, ତାଙ୍କୁ ଏନେଇ କେହି ପ୍ରବର୍ତ୍ତାଇ ଥିବା ଡିଆଇଜି କହିଥିଲେ । ଗତ ୧୯ ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ହୋମଗାର୍ଡ ଭାବେ ସୈରିଦ୍ରୀ କାର୍ଯ୍ୟ କରୁଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.