ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ: ବୃକ୍ଷରୋପଣ କର୍ଯ୍ୟକ୍ରମ ସହ ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର ଆୟୋଜିତ

Aug 6, 2023 - 15:41
 0  13
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ: ବୃକ୍ଷରୋପଣ କର୍ଯ୍ୟକ୍ରମ ସହ ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର ଆୟୋଜିତ
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ: ବୃକ୍ଷରୋପଣ କର୍ଯ୍ୟକ୍ରମ ସହ ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର ଆୟୋଜିତ

ଭୁବନେଶ୍ୱର, ଅଗଷ୍ଟ ୬: ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏକ ସଙ୍ଗରେ ବିଭିନ୍ନ କିସମ ର ୪୫୦୦ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପି. ସି. ସି.ଏ. ଫ(ବନରକ୍ଷୀ) ଶ୍ରୀଯୁକ୍ତ ଦେବୀ ଦତ୍ତ ବିଶ୍ଵାଳ, ପି ସି ସି ଏ ଫ (କେନ୍ଦୁପତ୍ର) ଉଷା ମାକ୍ରୋ, ପି ସି ସି ଏ ଫ (ବନ୍ୟପ୍ରାଣୀ) ଏ ସ. କେ ପାପଲି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ, ସ୍ଵତନ୍ତ୍ର ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାସ, ବିଶ୍ଵ ବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀଧର ରଣା, ବିତ୍ତ ନିୟନ୍ତ୍ରକ ଶ୍ରୀଯୁକ୍ତ ରାଜେଶ କୁମାର ମହାନ୍ତ ଓ ଅଧ୍ୟାପକ ମଣ୍ଡଳୀ ପ୍ରମୂଖ ଉପସ୍ଥିତ ରହି ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l

ଏଥି ସହ ବିଶ୍ଵ ବିଦ୍ୟାଳୟର ଦୃଶ୍ୟ କଳା ବିଭାଗ ଦ୍ଵାରା ଆୟୋଜିତ ଓଡ଼ିଶାର ସାଂସ୍କୃତିକ ବିଶେଷତ୍ଵ ସମ୍ପର୍କିତ ତିନି ଦିନିଆ ସ୍ଵତନ୍ତ୍ର ଚିତ୍ର କଳା ଶିବିର ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଓ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଏହି ଶିବିରରେ ଦୃଶ୍ୟ କଳା ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ପରମ୍ପରା ଉପରେ ପର୍ଯ୍ୟବେସିତ ଚିତ୍ରକଳା ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ l

କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆଗାମୀ ଦିନରେ ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପ୍ରସଙ୍ଗ କୁ ନେଇ ଏହି ଭଳି ଶିବିର ଆୟୋଜନ କରିବା ସମ୍ପର୍କରେ ବିଶ୍ଵ ବିଦ୍ୟାଳୟର କୁଳପତି ସୂଚନା ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow